୨୧ ଅକ୍ଟୋବର, ସୋମବାର: ଅଧିକ ପରିଶ୍ରମ କରିବେ

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ।

ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ପଦୋନ୍ନତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଶୁଭ ଖବର ଶୁଣି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ।

କର୍କଟ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ନୂତନ ପୋଷାକ କିଣିପାରନ୍ତି।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଚିନ୍ତିତ ରହିବେ।

ତୁଳା: ଅଧିକ ପରିଶ୍ରମ କରିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: ଦିନଟି ଭଲରେ କଟିବ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ।

ଧନୁ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାଲିମକଦ୍ଦମାରେ ବିଜୟୀ ହେବେ। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ।

କୁମ୍ଭ:  ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଅଟକି ରହିଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ।

ମୀନ: ମାନ-ସମ୍ମାନ ବଢ଼ିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଋଣ ଦିଅନ୍ତୁ ନାହିଁ।