ମେଷ: ଦ୍ୱନ୍ଦ୍ୱ ଭିତରେ ରହିବେ। ଯାତ୍ରା କରନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ।
ବୃଷ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ମିଥୁନ: ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: ଘରେ ହସଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।
ସିଂହ: ସାହିତ୍ୟ-କଳା କ୍ଷେତ୍ରରେ ରୁଚି ବଢ଼ିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ପଦୋନ୍ନତିର ଯୋଗ ରହିଛି।
କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୁର୍ଘଟଣା ଘଟିପାରେ,ସତର୍କ ରୁହନ୍ତୁ।
ତୁଳା: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଦିନଟି ଭଲରେ କଟିବ। ମଧ୍ୟାହ୍ନ ପରେ ଶରୀର ଫୂର୍ତ୍ତି ରହିବ।
ବିଚ୍ଛା: ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଚାକିରି କ୍ଷେତ୍ରରେ ପ୍ରଂଶସିତ ହେବେ।
ଧନୁ: ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।
ମକର: ଖର୍ଚ୍ଚ ବଢ଼ିବ। ମାଲିମକଦ୍ଦମାରେ ବିଜୟୀ ହେବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କୁମ୍ଭ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।
ମୀନ: ଶୁଭ ସମାଚାର ଶୁଣି ପାରନ୍ତି।ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।