୨୩ ଜୁନ୍‌, ରବିବାର: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ଶରୀର ସୁସ୍ଥ ରହିବ।

ବୃଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି।

କର୍କଟ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିପାରନ୍ତି।

ସିଂହ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଈଶ୍ୱରଙ୍କୁ ଆରାଧନା କରନ୍ତୁ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

କନ୍ୟା:  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ।

ବିଚ୍ଛା:  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଉପହାର ମିଳିପାରେ। ଖର୍ଚ୍ଚ ବଢ଼ିବ।

ଧନୁ: ଶୁଭ ଖବର ଶୁଣି ପାରନ୍ତି। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ।

ମକର: ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ପାଣି ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ପରିବାରରେ ହସଖୁସିର ପରିବେଶ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ ପୋଷାକ କିଣିପାରନ୍ତି।

ମୀନ: ପିଲାମାନଙ୍କ ସହ ସମୟ ବିତାଇବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଧାର୍ମିକସ୍ଥଳକୁ ବୁଲିବାକୁ ଯାଇପାରନ୍ତି।