୪ ଜୁନ୍‌, ମଙ୍ଗଳବାର: ମାନ-ସମ୍ମାନ ମିଳିବ

ମେଷ:  ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ। ମନ ଖୁସି ରହିବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ:  ଖର୍ଚ୍ଚ ବଢ଼ିବ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ସିଂହ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜଳଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆଧ୍ୟାତ୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ଦ୍ୱନ୍ଦ୍ୱ ଭିତରେ ରହିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଧନପ୍ରାପ୍ତି ଯୋଗ ରହିଛି।

ବିଚ୍ଛା: ପରିବାରରେ ହସଖୁସିର ପରିବେଶ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ଧନୁ: କାହାକୁ ଟାଣ କଥା କୁହନ୍ତୁ ନାହିଁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ମକର:  ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ନୂତନ ବସ୍ତ୍ର କିଣି ପାରନ୍ତି। ବିବାହ ସ୍ଥିର ହୋଇପାରେ।

କୁମ୍ଭ: ମାନ-ସମ୍ମାନ ମିଳିବ। ନୂତନ ଯାନବାହନ କିଣିପାରନ୍ତି। ବୀପରିତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

ମୀନ: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ପଦୋନ୍ନତିର ଯୋଗ ରହିଛି।