ମେଷ: ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।
ମିଥୁନ: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାରରେ ହସଖୁସିର ପରିବେଶ ରହିବ।
କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଆୟଠାରୁ ବ୍ୟୟ ଅଧିକ ହେବ।
ସିଂହ: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ବାପାମା’ଙ୍କ ଆଶୀର୍ବାଦ ମିଳିବ। ମାଲିମକଦ୍ଦମାରେ ବିଜୟୀ ହେବେ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପିତାଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ତୁଳା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିକ୍ଷେତ୍ରରେ ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।
ବିଚ୍ଛା: ମନ ଖୁସି ରହିବ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। ଆତ୍ମବିଶ୍ୱାସ ବଢ଼ିବ।
ଧନୁ: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହିତ ଦେଖାହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ।
ମକର: ଜୀବନସାଥୀଙ୍କ ସହଯୋଗ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ବିବାହ ସ୍ଥିର ହୋଇପାରେ।
କୁମ୍ଭ: ପେଟରେ ଯନ୍ତ୍ରଣା ଅନୁଭବ କରିବେ। ପଦୋନ୍ନତିର ଯୋଗ ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।
ମୀନ: ଚାକିରିକୁ ନେଇ ଚିନ୍ତିତ ରହିପାରନ୍ତି। ବିଦ୍ୟାର୍ଥୀମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ। ଘରକୁ ଅତିଥି ଆସିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।