୧ ଅଗଷ୍ଟ, ଶନିବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ

ମେଷ: କର୍ମକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଆୟ ଅଧିକ ହେବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ବୃଷ: ମାନ-ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ। କୌଣସି ଭୁଲ କାମ କରି ଅନୁତାପ କରିପାରନ୍ତି। ମିଥୁନ: ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ସାମାଜିକ ସଂପର୍କ ବୃଦ୍ଧି ପାଇବ। ଉଧାର ଦେଇଥିବା ଟଙ୍କା ମିଳିଯିବ। କର୍କଟ: ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ ହେବ। ଧନପ୍ରାପ୍ତି ଯୋଗ ରହିଛି। ଶତ୍ରୁମାନେ ପରାସ୍ତ […]

90-2

90-2

Tapaswini Nayak
  • Published: Saturday, 01 August 2020
  • Updated: 01 August 2020, 07:59 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଆୟ ଅଧିକ ହେବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ମାନ-ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ। କୌଣସି ଭୁଲ କାମ କରି ଅନୁତାପ କରିପାରନ୍ତି।

ମିଥୁନ: ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ସାମାଜିକ ସଂପର୍କ ବୃଦ୍ଧି ପାଇବ। ଉଧାର ଦେଇଥିବା ଟଙ୍କା ମିଳିଯିବ।

କର୍କଟ: ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ ହେବ। ଧନପ୍ରାପ୍ତି ଯୋଗ ରହିଛି। ଶତ୍ରୁମାନେ ପରାସ୍ତ ହେବେ।

ସିଂହ: ନିଜର ବଳିଷ୍ଠ ଯୁକ୍ତି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା: ମାନସିକ ଚିନ୍ତା ଦୂର ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।

ତୁଳା: ବନ୍ଧୁଙ୍କ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ମାନସିକ ଶାନ୍ତି ମିଳିବ। କୌଣସି ନୂଆକାର୍ଯ୍ୟ ଆରମ୍ଭ ନ କରିବା ଭଲ।

ବିଛା: କଥା ବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଅଯଥା କାମରେ ମୁଣ୍ଡ ପୁରାନ୍ତୁ ନାହିଁ।

ଧନୁ: ସମାଜରେ ପରାକ୍ରମ ବୃଦ୍ଧି ପାଇବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର: ମନ ଚଞ୍ଚଳ ରହିବ। ଅଳସୁଆ ଅନୁଭବ କରିବେ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ପ୍ରଂଶସିତ ହେବେ। ଆର୍ଥିକ ସମସ୍ୟା ସମାଧାନ ହେବ।ପୈତୃକ ସଂପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ।

ମୀନ: ପୂର୍ବ ଯୋଜନା ମୁତବାକ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଇଚ୍ଛା ଅଭିଳାଷ ପୂରଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos