୨୧ ଡିସେମ୍ବର, ସୋମବାର: ମହାଦେବଙ୍କୁ ଧଳା ପୁଷ୍ପ ଅର୍ପଣ କରନ୍ତୁ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତା କରିବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ବୃଷ: ଗୁପ୍ତଶତ୍ରୁ ବାହାରକୁ ଆସିବେ ଓ ଆପଣଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିବେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ।

ମିଥୁନ: ପରିବାରରେ ଝଗଡ଼ା ହୋଇପାରେ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ଉତ୍ତମ ଫଳ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନସମ୍ମାନ ବଢ଼ିବ।

ସିଂହ: କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ କିଛି ନୂଆ ସଫଳତା ପାଇବେ।

କନ୍ୟା: ନିଜ ଲୋକମାନେ ବିଶ୍ୱାସଘାତକତା କରିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ। ଆର୍ଥିକ ସମସ୍ୟା ଲାଗି ରହିବ। ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ଆସିବ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଶତ୍ରୁମାନେ ପରାଜିତ ହେବେ ଓ ମିତ୍ରତାର ହାତ ବଢ଼ାଇବେ। ମହାଦେବଙ୍କୁ ଧଳା ପୁଷ୍ପ ଅର୍ପଣ କରନ୍ତୁ।

ବିଛା: ମାନସମ୍ମାନ ଓ ଯଶ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ବକେୟା ଅର୍ଥ ପ୍ରାପ୍ତି ହେବ। ବହୁ ଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ସଂପନ୍ନ କରିବେ।

ଧନୁ: ପାରିବାରିକ ସମସ୍ୟା ଦେଖାଦେବ। ମାଲିମକଦ୍ଦମାରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ବଳାଇବେ ନାହିଁ।

ମକର: ନୂଆ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସହିତ ସୁସ୍ୱାଦୁ ଭୋଜନ କରିବେ।

କୁମ୍ଭ: ଆଜି ଦିନରେ ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ।

ମୀନ: ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ। କଳାକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ହଳଦିଆ ଫୁଲଟିଏ ପାଖରେ ରଖନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।