୩୧ ମେ’, ସୋମବାର: ଯାତ୍ରା କରନ୍ତୁ ନାହିଁ

ମେଷ: ଶତ୍ରୁ ପରାଜିତ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ। ଅଯଥା ବାଦବିବାଦରେ ପଶନ୍ତୁ ନାହିଁ। ବୃଷ: ପୁରୁଣା ରୋଗରୁ ଉପଶମ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ମିଥୁନ: ବୁଝାମଣା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁ ଶାରୀରିକ ଓ ମାନସିକ କଷ୍ଟ ଭୋଗି ପାରନ୍ତି। କର୍କଟ: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ […]

mamata-rahul

mamata-rahul

Jitendra Garnayak
  • Published: Monday, 31 May 2021
  • Updated: 31 May 2021, 07:50 AM IST

Sports

Latest News

ମେଷ: ଶତ୍ରୁ ପରାଜିତ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ। ଅଯଥା ବାଦବିବାଦରେ ପଶନ୍ତୁ ନାହିଁ।

ବୃଷ: ପୁରୁଣା ରୋଗରୁ ଉପଶମ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।

ମିଥୁନ: ବୁଝାମଣା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁ ଶାରୀରିକ ଓ ମାନସିକ କଷ୍ଟ ଭୋଗି ପାରନ୍ତି।

କର୍କଟ: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ କରିବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ପାଇବେ। ନିଜର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ।

ସିଂହ: ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ। ଘରର କୌଣସି କାର୍ଯ୍ୟରେ ଅଧିକ ସମୟ ଦେବେ।

କନ୍ୟା: ସବୁ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ କରିବାକୁ ପ୍ରୟାସ କରିବେ। ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ।

ତୁଳା: ଶରୀର ସୁସ୍ଥ ରହିବ। କୌଣସି ବିବାଦୀୟ ପ୍ରସଙ୍ଗରେ କାହା ଠାରୁ ଆଶ୍ୱାସନା ପାଇ ଶାନ୍ତି ଅନୁଭବ କରିବେ। ସମାଜରେ ଥିବା ମାନସମ୍ମାନ ବଜାୟ ରହିବ।

ବିଚ୍ଛା: କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ନୂତନ ସମ୍ପତ୍ତି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରନ୍ତି।

ଧନୁ: ବ୍ୟବସାୟରେ ଅଟକିଥିବା ଧନ ମିଳିଯିବ। ଯାତ୍ରା କରନ୍ତୁ ନାହିଁ। ଘରେ କାହା ସହ ଝଗଡ଼ା ହୋଇପାରେ।

ମକର: ଶରୀର ସୁସ୍ଥ ରହିବ। ମନ ଶାନ୍ତ ରହିବ। ଜାଗା ଓ ଘର ଆଦି କିଣିବା ପାଇଁ ପ୍ରସ୍ତାବ ମିଳିପାରେ।

କୁମ୍ଭ: ଆୟ ବୃଦ୍ଧି ପାଇବ। ଅଟକିଥିବା କାର୍ଯ୍ୟକୁ ପୁଣି ଚାଲୁ କରିବେ। କୌଣସି ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ: ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ପରିବାର ଲୋକଙ୍କ ସହ ହସଖୁସିରେ ଦିନଟି ବିତିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos