ଠାକୁର ଘରକୁ ନେଇ କରନ୍ତୁ ନାହିଁ ଏହି ସବୁ ଭୁଲ୍‌

ଭୁବନେଶ୍ୱର: ପ୍ରତ୍ୟେକ ହିନ୍ଦୁଙ୍କ ଘରେ ଠାକୁର ଘର ବା ପୂଜା ଘର ନିଶ୍ଚିତ ଥାଏ। ତେବେ ଏହି ଠାକୁର ଘରର ଅବସ୍ଥିତି ବାସ୍ତୁଶାସ୍ତ୍ର ଅନୁସାରେ ନ ହେଲେ, ଶୁଭ ଫଳ ତୁଳନାରେ ଅଶୁଭ ଫଳ ଅଧିକ ମିଳିଥାଏ। ଆଜି ଆମେ ଆପଣଙ୍କୁ ଠାକୁର ଘରର ଅବସ୍ଥିତି ଏବଂ ଏଠାରେ ଦେବ ଦେବୀଙ୍କ ମୂର୍ତ୍ତି ରଖିବାର ଶାସ୍ତ୍ରସମ୍ମତ ବିଧି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ। ବାସ୍ତୁଶାସ୍ତ୍ର ଅନୁସାରେ, ଠାକୁର ଘର ବା ପୂଜା ଘରର ଅବସ୍ଥିତି ଉପରେ […]

puja

puja

Chinmayee Roy
  • Published: Tuesday, 25 September 2018
  • Updated: 25 September 2018, 07:08 AM IST

Sports

Latest News

ଭୁବନେଶ୍ୱର: ପ୍ରତ୍ୟେକ ହିନ୍ଦୁଙ୍କ ଘରେ ଠାକୁର ଘର ବା ପୂଜା ଘର ନିଶ୍ଚିତ ଥାଏ। ତେବେ ଏହି ଠାକୁର ଘରର ଅବସ୍ଥିତି ବାସ୍ତୁଶାସ୍ତ୍ର ଅନୁସାରେ ନ ହେଲେ, ଶୁଭ ଫଳ ତୁଳନାରେ ଅଶୁଭ ଫଳ ଅଧିକ ମିଳିଥାଏ।

ଆଜି ଆମେ ଆପଣଙ୍କୁ ଠାକୁର ଘରର ଅବସ୍ଥିତି ଏବଂ ଏଠାରେ ଦେବ ଦେବୀଙ୍କ ମୂର୍ତ୍ତି ରଖିବାର ଶାସ୍ତ୍ରସମ୍ମତ ବିଧି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ।

ବାସ୍ତୁଶାସ୍ତ୍ର ଅନୁସାରେ, ଠାକୁର ଘର ବା ପୂଜା ଘରର ଅବସ୍ଥିତି ଉପରେ ସଚେତନ ନରହିଲେ, ପରିବାରରେ ଅଯଥା ଶିକାର ହେବାକୁ ପଡ଼ିଥାଏ।

ଠାକୁର ଘରକୁ ସବୁବେଳେ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ। ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ପୂଜା ଘର ରହିଲେ, ଘରେ ଶାନ୍ତି ବ୍ୟାହତ ହୋଇଥାଏ ଓ ଠାକୁରଙ୍କ ପୂଜାରୁ କୌଣସି ସୁଫଳ ମିଳି ନଥାଏ।

ଠାକୁର ବା ପୂଜା ଘର ଉପରେ କିମ୍ବା ଆଖପାଖରେ ବାଥରୁମ୍ ରହିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ଦୈବୀ କୋପ ପଡ଼ିବାର ଆଶଙ୍କା ରହିଥିବା କୁହାଯାଏ।

ଠାକୁର ଘରର ପ୍ରତ୍ୟେକ ମୂର୍ତ୍ତି ଓ ଫଟୋକୁ ପରସ୍ପର ଠାରୁ ଅତି କମ୍‌ରେ ୧ଇଞ୍ଚ୍‌ ଦୂରତାରେ ରଖନ୍ତୁ। ଯଦି ଜଣେ ଠାକୁରଙ୍କର ଦୁଇଟି ମୂର୍ତ୍ତି କିମ୍ବା ଫଟୋ ରହିଛି, ତେବେ ଏହି ଫଟୋ ଦୁଇଟିକୁ ସାମ୍ନା ସାମ୍ନି ରଖନ୍ତୁ ନାହିଁ।

ଶିଡ଼ି ତଳେ, ଷ୍ଟୋର୍‌ ରୁମ୍‌ କିମ୍ବା ରୋଷେଇ ଘରେ ଠାକୁରଙ୍କୁ ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରର ସଦସ୍ୟମାନଙ୍କୁ ଦୁର୍ଭାଗ୍ୟର ଶିକାର ହେବାକୁ ପଡ଼ିଥାଏ।

ମନେ ରଖନ୍ତୁ, ଘରର ଯେଉଁ ଦିଗରେ ଠାକୁର ଘର ଥିବ ସେହି ଦିଗକୁ ଗୋଡ଼ କରି ଶୋଇବେ ନାହିଁ। ଏଭଳି କଲେ ଅଶୁଭ ଫଳ ମିଳିଥାଏ ଏବଂ ଘରେ ଅଯଥା ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos