୩ ଅକ୍ଟୋବର,ଗୁରୁବାର: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ

ମେଷ: ଅଧିକ ପରିଶ୍ରମ କରିବେ। ଅଳସୁଆ ଅନୁଭବ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ। ମିଥୁନ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। କର୍କଟ: ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଶରୀର ସୁସ୍ଥ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସିଂହ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। […]

astro-ok-new

astro-ok-new

Jyoshna Pradhan
  • Published: Thursday, 03 October 2019
  • Updated: 03 October 2019, 07:13 AM IST

Sports

Latest News

ମେଷ: ଅଧିକ ପରିଶ୍ରମ କରିବେ। ଅଳସୁଆ ଅନୁଭବ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ।

ମିଥୁନ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

କର୍କଟ: ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଶରୀର ସୁସ୍ଥ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ତୁଳା: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବିଚ୍ଛା:  ମାନ-ସମ୍ମାନ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସଖୁସିର ପରିବେଶ ରହିବ।

ଧନୁ: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମକର: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିବ। ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ନୂତନ ବସ୍ତ୍ର କିଣିପାରନ୍ତି। ବିବାହ ସ୍ଥିର ହୋଇପାରେ।

ମୀନ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos