୧୩ ଡିସେମ୍ବର, ରବିବାର; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କର ସାହାଯ୍ୟ ଲାଭ କରିବେ

ମେଷ: ସଭାସମିତିରେ ସଫଳତା ମିଳିବ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପୁରାତନ ରୋଗ ପ୍ରତି ସାବଧାନ ରହିଲେ ଭଲ। ବୃଷ: ସହକର୍ମୀମାନଙ୍କର ସହଯୋଗ ପାଇବେ। ଅନୁସନ୍ଧାନ କାର୍ଯ୍ୟରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ମିଥୁନ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବ୍ୟବସାୟରେ ସଫଳତା ଲାଭ କରିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍କଟ: […]

hhhhhhhhhhhhhh

hhhhhhhhhhhhhh

Tapaswini Nayak
  • Published: Sunday, 13 December 2020
  • Updated: 13 December 2020, 08:19 AM IST

Sports

Latest News

ମେଷ: ସଭାସମିତିରେ ସଫଳତା ମିଳିବ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପୁରାତନ ରୋଗ ପ୍ରତି ସାବଧାନ ରହିଲେ ଭଲ।

ବୃଷ: ସହକର୍ମୀମାନଙ୍କର ସହଯୋଗ ପାଇବେ। ଅନୁସନ୍ଧାନ କାର୍ଯ୍ୟରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ।

ମିଥୁନ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବ୍ୟବସାୟରେ ସଫଳତା ଲାଭ କରିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି।

କର୍କଟ: ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ। ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ଲାଭ କରିବେ। ପ୍ରିୟଜନମାନେ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ। ମଧୁର କଥା କହି ବିଗିଡିଥିବା କର୍ମଟିକୁ ସଜାଡ଼ି ପାରିବେ।

କନ୍ୟା: ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ଭାଇ, ବନ୍ଧୁ ଓ ମିତ୍ରଙ୍କ ସହିତ ମତଭେଦ ସମାପ୍ତ ହେବ।ପରିବାରରେ ଭାତୃ ସମ୍ପର୍କ ନିବିଡ ହେବ ଓ ସୁଖଶାନ୍ତି ବିରାଜମାନ କରିବ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼ାଇବ।

ବିଛା: କୌଣସି ଜମିଜମା ସମସ୍ୟା ମଧ୍ୟରେ ପଡ଼ି ଯାଇପାରନ୍ତି। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ।

ଧନୁ: ଚାହୁଁଥିବା ସୁଯୋଗ ମିଳିବ ଓ କାର୍ଯ୍ୟରେ ସଫଳତା ମିଳିବ। କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ସଫଳ ହେବେ । ତରବରିଆ ହୋଇ କୌଣସି କାର୍ଯ୍ୟ ନକରିବା ଉଚିତ୍।

ମକର: ଶରୀର ସୁସ୍ଥ ରହିବା ସହ ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପରିବାର ମଧ୍ୟରେ ରହିଥିବା ଭୁଲ ବୁଝାମଣା ଦୂର ହେବ।

କୁମ୍ଭ :ଗୁପ୍ତଶତ୍ରୁମାନେ ପରାଜିତ ହେବେ, ଫଳରେ ମାନସିକ ଶାନ୍ତି ଲାଭ କରିବେ। ବନ୍ଧୁ ଓ ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।

ମୀନ: ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ହେବ। ଅଟକି ଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos