୪ ଡିସେମ୍ବର, ଶୁକ୍ରବାର: ପାରିବାରିକ ଜୀବନ ସୁଖମୟ ହେବ

ମେଷ: ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ, ଯାହା ଫଳରେ ମନ ଖୁସି ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ। ମିଥୁନ: ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ ହେବା ସହ ଧନହାନୀ ଓ ପ୍ରାଣପୀଡ଼ା ସ୍ଥିତି ଉତ୍ପନ୍ନ ହେବ। ନିଜ ଲୋକମାନେ ପରୋକ୍ଷରେ ବିଶ୍ୱାସଘାତକତା […]

RASI

RASI

Tapaswini Nayak
  • Published: Friday, 04 December 2020
  • Updated: 04 December 2020, 08:19 AM IST

Sports

Latest News

ମେଷ: ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ, ଯାହା ଫଳରେ ମନ ଖୁସି ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ ହେବା ସହ ଧନହାନୀ ଓ ପ୍ରାଣପୀଡ଼ା ସ୍ଥିତି ଉତ୍ପନ୍ନ ହେବ। ନିଜ ଲୋକମାନେ ପରୋକ୍ଷରେ ବିଶ୍ୱାସଘାତକତା କରିବେ। ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ମତଭେଦ ଦେଖା ଦେଇପାରେ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। ବିଳମ୍ବ ହେଉଥିବା କାର୍ଯ୍ୟଟି ନିର୍ବିଘ୍ନରେ ସମ୍ପନ୍ନ ହେବ। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ।

ସିଂହ: ବକେୟା ଅର୍ଥ ହସ୍ତଗତ ହେବ, ଯାହା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ମନ ପ୍ରଫୁଲ୍ଲ ରହିବ।

କନ୍ୟା: ପ୍ରତ୍ୟେକଟି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ଲାଭ କରିବେ।
କିନ୍ତୁ ଯାତ୍ରାର କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ପରିବାରରେ ଭାତୃ ସମ୍ପର୍କ ନିବିଡ ହେବ ଓ ସୁଖଶାନ୍ତି ବିରାଜମାନ କରିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ସୁଯୋଗ ଆସିପାରେ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିବେ।

ବିଛା: କୌଣସି ଜମିଜମା ସମସ୍ୟାରେ ପଡ଼ି ଯାଇପାରନ୍ତି। ଖାଦ୍ୟ ଗ୍ରହଣରେ ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ।
ନିର୍ମାଣାଧୀନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ।

ଧନୁ: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ, ତେଣୁ ଜଗି ରଖି ଚଳନ୍ତୁ। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖା ଦେବ। ସନ୍ତାନମାନଙ୍କ ବିଶୃଙ୍ଖଳିତ ମର୍ମାହତ କରିବ।

ମକର: ଦାମ୍ପତ୍ୟ ଜୀବନ ମଧୁମୟ ହେବ। ଅଟକ ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସଫଳତା ପାଇବେ।

କୁମ୍ଭ: ଗୁପ୍ତଶତ୍ରୁମାନେ ପରାଜିତ ହେବେ, ଫଳରେ ମାନସିକ ଶାନ୍ତି ଲାଭ କରିବେ। ବନ୍ଧୁ ଓ ଆତ୍ମୀୟଙ୍କ ସହଯୋଗ ପାଇବେ। ଆମଦାନୀ ଓ ରପ୍ତାନୀ କାରବାରରେ ଲାଭବାନ ହେବେ।

ମୀନ: ଆର୍ଥିକ ଓ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଆଣ୍ଠୁ, ଅଣ୍ଟା, ପେଟ, କିମ୍ବା ପାଦରେ ପୀଡ଼ା ଅନୁଭବ କରିପାରନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos