ବଢ଼ିବ ଧନ: ରାଶି ଅନୁଯାୟୀ ଏମିତି ରଖନ୍ତୁ ପଇସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଇସା ରୋଜଗାର କରିବାଠାରୁ ଅଧିକ ଜରୁରୀ ଥାଏ ତାକୁ ସଞ୍ଚୟ କରି ରଖିବା। କାରଣ ପଇସା କେତେବେଳେ କେଉଁଆଡେ ଖର୍ଚ୍ଚ ହୋଇଯାଏ ଜଣା ପଡେନି। ତେବେ ଆଜି ରାଶି ଅନୁଯାୟୀ ପଇସାକୁ କେମିତି ସଞ୍ଚୟ କରି ରଖିବେ ଓ କ’ଣ କଲେ ସ୍ୱଳ୍ପ ଖର୍ଚ୍ଚରେ ଚଳିବେ ସେ ନେଇ କିଛି ଟିପ୍ସ ଆମେ ଆପଣଙ୍କୁ ଦେବୁ। ମେଷ- ଘରର ପଶ୍ଚିମ ଦିଗରେ ଆଲମାରିରେ ଟଙ୍କା ପଇସା ରଖନ୍ତୁ। ପଇସା ରଖିବା ସ୍ଥାନରେ ଲୁହାର ଏକ […]

Rupee

Biswobandita Swain
  • Published: Friday, 14 December 2018
  • , Updated: 14 December 2018, 07:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଇସା ରୋଜଗାର କରିବାଠାରୁ ଅଧିକ ଜରୁରୀ ଥାଏ ତାକୁ ସଞ୍ଚୟ କରି ରଖିବା। କାରଣ ପଇସା କେତେବେଳେ କେଉଁଆଡେ ଖର୍ଚ୍ଚ ହୋଇଯାଏ ଜଣା ପଡେନି। ତେବେ ଆଜି ରାଶି ଅନୁଯାୟୀ ପଇସାକୁ କେମିତି ସଞ୍ଚୟ କରି ରଖିବେ ଓ କ’ଣ କଲେ ସ୍ୱଳ୍ପ ଖର୍ଚ୍ଚରେ ଚଳିବେ ସେ ନେଇ କିଛି ଟିପ୍ସ ଆମେ ଆପଣଙ୍କୁ ଦେବୁ।

ମେଷ- ଘରର ପଶ୍ଚିମ ଦିଗରେ ଆଲମାରିରେ ଟଙ୍କା ପଇସା ରଖନ୍ତୁ। ପଇସା ରଖିବା ସ୍ଥାନରେ ଲୁହାର ଏକ ବସ୍ତୁ ରଖନ୍ତୁ।

ବୃଷ- ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ଧନ ରଖିବା ସ୍ଥାନରେ ସୁନା ଏବଂ ପିତଳର ଏକ ବସ୍ତୁ ରଖନ୍ତୁ।

ମିଥୁନ- ଘରର ଉତ୍ତର ଦିଗରେ ଧନ ରଖନ୍ତୁ। ଏହା ସହ ତମ୍ବାର ବସ୍ତୁ ରଖିବା ମଙ୍ଗଳମୟ।

କର୍କଟ- ଘରର ପୂର୍ବ-ଦକ୍ଷିଣ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ରୁପାର ଏକ ବସ୍ତୁ ରଖନ୍ତୁ।

ସିଂହ- ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ବସ୍ତୁ ରହିବା ଭଲ।

କନ୍ୟା- ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରୁପା ବସ୍ତୁ ସହ ଧନ ରଖନ୍ତୁ।

ତୁଳା-  ଏହି ରାଶି ପାଇଁ ଘରର ଦକ୍ଷିଣ ଦିଗରେ ରୁପା ସହ ଧନ ରହିବା ମଙ୍ଗଳମୟ।

ବିଛା- ଘରର ବାୟବ୍ୟ ଅର୍ଥାତ୍‌ ଉତ୍ତର-ପଶ୍ଚିମ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ଏକ ବସ୍ତୁ ରଖନ୍ତୁ।

ଧନୁ- ଘରର ଉତ୍ତର-ପଶ୍ଚିମ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ସୁନାର ଏକ ବସ୍ତୁ ରହିବା ଭଲ।

ମକର- ଘରର ଉତ୍ତର ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ବସ୍ତୁ ରଖନ୍ତୁ।

କୁମ୍ଭ- ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ପଇସା ରଖିବା ସ୍ଥାନରେ ତମ୍ବାର ଏକ ବସ୍ତୁ ରଖିବା ମଙ୍ଗଳମୟ।

ମୀନ- ଘରର ପଶ୍ଚିମ ଦିଗରେ ଧନ ରହିବା ଏହି ରାଶି ପାଇଁ ଲାଭଦାୟକ। ଏହା ସହ ରୁପା ମୁଦ୍ରାଟିଏ ରଖିଲେ ସୁଫଳ ପାଇବେ।

 

Related story