ଗଣେଶ ଚତୁର୍ଥୀରେ ଭୁଲ୍‌ରେ ଜହ୍ନ ଦେଖନ୍ତୁ ନାହିଁ: ଶ୍ରୀକୃଷ୍ଣଙ୍କୁ ବି ଭୋଗିବାକୁ ପଡ଼ିଥିଲା କୁ-ପରିଣାମ

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ। ଏହା ହେଉଛି ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଜନ୍ମ ଦିନ। ଏହି ଦିନ ସାରା ଭାରତ ବର୍ଷରେ ଶ୍ରୀଗଣେଶ ପୂଜା ପାଳିତ ହୋଇଥାଏ। ଆଜିକାଲି ବିଦେଶରେ ମଧ୍ୟ ଏହା ପାଳିତ ହେଉଛି। ଗଣେଶ ଚତୁର୍ଥୀକୁ ‘କଳଙ୍କି ଚତୁର୍ଥୀ’ ମଧ୍ୟ କୁହାଯାଏ। ରିଦ୍ଧି ସିଦ୍ଧିଙ୍କ ଦାତା ପ୍ରଭୁ ଶ୍ରୀଗଣେଶଙ୍କୁ ଏହି ଦିନ ଘରେ ସ୍ଥାପନା କରାଯାଏ। ଶାସ୍ତ୍ର ଅନୁଯାୟୀ, ଏହି ଦିନ ଭୁଲ୍‌ରେ ବି ଜହ୍ନ ଦେଖିବା କଥା ନୁହେଁ। କୁହାଯାଏ, […]

ganesh

ganesh

Jitendra Garnayak
  • Published: Thursday, 13 September 2018
  • Updated: 13 September 2018, 04:22 AM IST

Sports

Latest News

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ। ଏହା ହେଉଛି ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଜନ୍ମ ଦିନ। ଏହି ଦିନ ସାରା ଭାରତ ବର୍ଷରେ ଶ୍ରୀଗଣେଶ ପୂଜା ପାଳିତ ହୋଇଥାଏ। ଆଜିକାଲି ବିଦେଶରେ ମଧ୍ୟ ଏହା ପାଳିତ ହେଉଛି।

ଗଣେଶ ଚତୁର୍ଥୀକୁ ‘କଳଙ୍କି ଚତୁର୍ଥୀ’ ମଧ୍ୟ କୁହାଯାଏ। ରିଦ୍ଧି ସିଦ୍ଧିଙ୍କ ଦାତା ପ୍ରଭୁ ଶ୍ରୀଗଣେଶଙ୍କୁ ଏହି ଦିନ ଘରେ ସ୍ଥାପନା କରାଯାଏ।

ଶାସ୍ତ୍ର ଅନୁଯାୟୀ, ଏହି ଦିନ ଭୁଲ୍‌ରେ ବି ଜହ୍ନ ଦେଖିବା କଥା ନୁହେଁ। କୁହାଯାଏ, ଯେଉଁ ବ୍ୟକ୍ତି ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମାଙ୍କ ଦର୍ଶନ କରନ୍ତି, ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଲାଗିପାରେ।

ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଚନ୍ଦ୍ର ଦର୍ଶନ କରିବାର ଫଳ ଭୋଗିଥିଲେ। ତାଙ୍କ ଉପରେ ଚୋରି କରିବାର ମିଥ୍ୟା ଅଭିଯୋଗ ଲାଗିଥିଲା। ଏହି ଅଭିଯୋଗରୁ ମୁକ୍ତି ପାଇବା ପାଇଁ ସେ ଭଗବାନ ଶ୍ରୀଗଣେଶଙ୍କୁ ପ୍ରାର୍ଥନା କରିଥିଲେ ଓ ମୁକ୍ତି ପାଇଥିଲେ।

ପୌରାଣିକ କଥା ଅନୁଯାୟୀ,  ଏହି ଦିନ ଭଗବାନ ଶ୍ରୀଗଣେଶ ଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ। ତେଣୁ ଏହି ଦିନ ଯେଉଁ ବ୍ୟକ୍ତି ତାଙ୍କର ଦର୍ଶନ କରେ, ତା’ ଉପରେ ମିଥ୍ୟା ଅଭିଯୋଗ ଲାଗିଥାଏ।

[caption id="attachment_275320" align="aligncenter" width="750"]ganesh1 photo credit- internet[/caption]

କ’ଣ ରହିଛି କିମ୍ବଦନ୍ତୀ?

ଥରେ ଗଣେଶଙ୍କ ମୁହଁ ଦେଖି ଚନ୍ଦ୍ର ତାଙ୍କୁ ଥଟ୍ଟା କରିଥିଲେ। ଫଳରେ ଗଣେଶ ରାଗିଯାଇ ତାଙ୍କୁ ଅଭିଶାପ ଦେଇଥିଲେ ଓ କହିଥିଲେ, ‘ଆଜିଠୁ ଯିଏ ବି ତୁମର ଦର୍ଶନ କରିବ ତାକୁ ମିଥ୍ୟା ଅପମାନର ଭାଗିଦାର ହେବାକୁ ପଡ଼ିବ।’

ପରେ ଚନ୍ଦ୍ର ନିଜ ଭୁଲ୍ ବୁଝିପାରିଥିଲେ ଓ ଶ୍ରୀଗଣେଶଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ପ୍ରଭୁ ଶ୍ରୀଗଣେଶ ତାଙ୍କୁ ଅଭିଶାପରୁ ମୁକ୍ତ କରିଥିଲେ। ତେବେ ବର୍ଷରେ ଥରେ ଏହି ଅଭିଶାପର ପ୍ରଭାବ ରହିବ ବୋଲି କହିଥିଲେ। ତା’ପରଠାରୁ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରଙ୍କୁ ଦର୍ଶନ କଲେ କଳଙ୍କ ଲାଗିବା ସହ ସମାନ ହୋଇଗଲା।

ଯଦି ଭୁଲରେ ଯଦି ଆପଣ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରଙ୍କ ଦର୍ଶନ କରିଦିଅନ୍ତି, ତା’ହେଲେ सिंहः प्रसेनमवधीत्सिंहो जाम्बवता हतः। सुकुमारक मारोदीस्तव ह्येष स्यमन्तकः॥ ମନ୍ତ୍ର ପଢ଼ିଦିଅନ୍ତୁ। ଆପଣ ଦୋଷମୁକ୍ତ ହୋଇଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos