ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୩୯ରେ ପହଞ୍ଚିଯାଇଛି।
ରାଜ୍ୟର ୨ ଜିଲ୍ଲାରୁ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୪୩ ଓ ଜଣଙ୍କ ବୟସ ୪୫। ୪୩ ବର୍ଷୀୟ ବ୍ୟକ୍ତିଜଣକ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।
ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲାରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ହେପାଟାଇଟ୍ସରେ ପୀଡ଼ିତ ଥିଲେ।
Regret to inform the demise of three numbers of Covid positive patients while under treatment in hospitals.
1.A 20-year-old female of Kalahandi district who was also suffering from Hepatitis.
— H & FW Dept Odisha (@HFWOdisha) December 21, 2020
2.A 43-year-old male of Sundargarh district who was also suffering from Hypertension.
3.A 45-year-old male of Sundargarh district.
— H & FW Dept Odisha (@HFWOdisha) December 21, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।