Advertisment

୩ ବର୍ଷରେ ରାଜ୍ୟରେ ବନ୍ଦ ହୋଇଛି ୧୨୦ ଅଣୁଶିଳ୍ପ!

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ଗତ ୩ ବର୍ଷରେ ଓଡ଼ିଶାରେ ବନ୍ଦ ହୋଇଛି ୧ କୋଟିରୁ କମ ପୁଂଜିରେ ଚାଲୁଥିବା ୧୨୦ଟି ଅଣୁ ଶିଳ୍ପ। ତେବେ ଏହି ସମୟରେ ୭,୬୫୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରୁ କିଛି ବନ୍ଦ ହୋଇନାହିଁ। ଅଣୁ ଶିଳ୍ପ ବନ୍ଦ କାରଣରୁ ୩ ବର୍ଷରେ ଚାକିରି ହରାଇଛନ୍ତି ୨୯୧୫ଜଣ। ରାଜ୍ୟରେ ପଂଜୀକୃତ ହୋଇଛନ୍ତି ୧.୯୧ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ। କରୋନା ଓ ପୁଂଜି ଅଭାବରୁ ଗତ ତିନି ବର୍ଷରେ ଓଡ଼ିଶାରେ […]

ଅଦ୍ୟତନ ହୋଇଛି
୩ ବର୍ଷରେ ରାଜ୍ୟରେ ବନ୍ଦ ହୋଇଛି ୧୨୦ ଅଣୁଶିଳ୍ପ!

Micro Industries

Advertisment

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ଗତ ୩ ବର୍ଷରେ ଓଡ଼ିଶାରେ ବନ୍ଦ ହୋଇଛି ୧ କୋଟିରୁ କମ ପୁଂଜିରେ ଚାଲୁଥିବା ୧୨୦ଟି ଅଣୁ ଶିଳ୍ପ। ତେବେ ଏହି ସମୟରେ ୭,୬୫୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରୁ କିଛି ବନ୍ଦ ହୋଇନାହିଁ। ଅଣୁ ଶିଳ୍ପ ବନ୍ଦ କାରଣରୁ ୩ ବର୍ଷରେ ଚାକିରି ହରାଇଛନ୍ତି ୨୯୧୫ଜଣ। ରାଜ୍ୟରେ ପଂଜୀକୃତ ହୋଇଛନ୍ତି ୧.୯୧ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ।

Advertisment

କରୋନା ଓ ପୁଂଜି ଅଭାବରୁ ଗତ ତିନି ବର୍ଷରେ ଓଡ଼ିଶାରେ କେତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଛି? ଲୋକସଭାରୁ ଏ ନେଇ ମିଳିଛି ଉତ୍ତର। ନିକଟରେ ଅର୍ଥାତ୍ ଜୁଲାଇ ୨୧ ତାରିଖରେ ସଂସଦରେ ଉତ୍ତର ଦେଇଛନ୍ତି କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଭାନୁପ୍ରତାପ ସିଂହ ବର୍ମା। `ଉଦ୍ୟମ ରେଜିଷ୍ଟ୍ରେସନ୍’ ବା ଉଦ୍ୟୋଗ ଆଧାର ରେଜିଷ୍ଟ୍ରେସନ୍ ନମ୍ବରରୁ ଏହା ଜଣାପଡ଼ିଛି। ଏହି ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୭,୧୦୫ଟି କ୍ଷୁଦ୍ର ଓ ୫୪୫ଟି ମଧ୍ୟମ ଉଦ୍ୟୋଗ କାର୍ଯ୍ୟ କରୁଛି। ଅର୍ଥାତ୍ ମୋଟ ୭,୬୫୦ଟି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟ କରୁଛି। କରୋନା ବେଳେ ପୁଂଜି ଅଭାବ ଭଳି କିଛି ବଡ଼ ସମସ୍ୟା ଦେଖାଦେଇଥିଲେ ସୁଦ୍ଧା ଏଥିରୁ ଗୋଟିଏ ବି ଶିଳ୍ପ ବନ୍ଦ ହୋଇନାହିଁ।

ଶିଳ୍ପୋଦ୍ୟୋଗୀ ସଂଜୀବ ମହାପାତ୍ର କୁହନ୍ତି- ବ୍ୟାଙ୍କର ସହଯୋଗ ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଭଲ ସ୍ଥିତିରେ ନାହିଁ। ବଡ଼ ଶିଳ୍ପ ସହ ପ୍ରତିଯୋଗିତା କରିବା କଷ୍ଟକର ହୋଇପଡ଼ୁଛି।

Advertisment

ସେହିଭଳି ଶିଳ୍ପୋଦ୍ୟୋଗୀ ତପନ ସ୍ୱାଇଁ କୁହନ୍ତି- ପୂର୍ବ ତୁଳନାରେ ଏମଏମଏମଇରେ ବ୍ୟବସାୟ କରିବା କାଠିକର ପାଠ ହୋଇଛି।

ଗତ ତିନି ବର୍ଷରେ ୧ କୋଟି ଟଙ୍କାରୁ କମ୍ ପୁଂଜିନିବେଶରେ କିମ୍ବା ବର୍ଷକୁ ୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା କିଛି ଅଣୁ ବା ସୂକ୍ଷ୍ମ ଶିଳ୍ପ ବନ୍ଦ ହୋଇଯାଇଥିବା ଦେଖାଯାଇଛି ଆଉ କିଛି କର୍ମଚାରୀ ଚାକିରି ହରାଇବା ଦେଖାଯାଇଛି। ତିନି ବର୍ଷରେ ୧,୮୩,୯୫୪ ଅଣୁ ଶିଳ୍ପରୁ ୧୨୦ଟି ଅଣୁ ଶିଳ୍ପ ବନ୍ଦ ହୋଇଛି ଓ ୨,୯୧୫ ଜଣ ଚାକିରି ହରାଇଥିବା ଦେଖାଯାଇଛି। ଅନ୍ୟ ଅର୍ଥରେ କହିଲେ, ପ୍ରତି ୧ ହଜାର ଅଣୁ ଶିଳ୍ପରେ ୬ଟି ବନ୍ଦ ହୋଇଯାଇଛି। ଓଡ଼ିଶାରେ ବର୍ତମାନ ୧୨୦ଟି ଶିଳ୍ପାଂଚଳ ରହିଥିବା ବେଳେ ଏଥିରେ ୬,୩୩୩ଟି ଶିଳ୍ପ ସଂସ୍ଥା ଲିଜ ସୂତ୍ରରେ ଜମି ପାଇଛନ୍ତି। ତେବେ ଏମାନଙ୍କ ଭିତରୁ ମାତ୍ର ୩୦୯୦ଟି କାର୍ଯ୍ୟକ୍ଷମ ଅଛି ବୋଲି ଜୁଲାଇ ୨୯ ତାରିଖରେ ଉତ୍ତର ଦେଇଥିଲେ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ଅନ୍ୟ ଅର୍ଥରେ କହିଲେ ଏବେ ଶିଳ୍ପାଂଚଳଗୁଡ଼ିକରେ କେବଳ ୪୯% ବା ଅଧା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଚାଲୁରହିଛି। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଅଧିକ ଗୁରୁତ୍ୱ ରହିଥିବା ବେଳେ ସରକାର ଅଚଳ ଶିଳ୍ପକୁ ଚଳାଇବା ଦିଗରେ ବିଶେଷ ପଦକ୍ଷେପ ନେଉନାହାନ୍ତି ବୋଲି ମତ ପ୍ରକାଶ ପାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe