୧୮ଟି ଖଣିକୁ ଲିଜ୍‌ ପ୍ରଦାନ ନେଇ ଅନୁମତି

ଭୁବନେଶ୍ୱର: ରାଜ୍ୟର ୧୮ଟି ଖଣିକୁ ଜିଲ୍‌ ପ୍ରଦାନ ନେଇ ଅନୁମତି ମିଳିଛି। ଏନେଇ ଆବେଦନ ହୋଇଥିବା ଖଣି ପଟ୍ଟାକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। କ୍ଲିୟରାନ୍ସ ନ ମିଳିବାରୁ ୪୪ଟି ଖଣିର ଆବେଦନ ଅବଧି ସରିଛି। ଗତକାଲି ଅବଧି ସରିଥିବାରୁ ଏବେ ଏସବୁ ଖଣିର ଭବିଷ୍ୟତ କୋର୍ଟ ଉପରେ ନିର୍ଭର କରୁଛି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ରାଜ୍ୟରେ ବକ୍‌ସାଇଟ୍‌ ଉତ୍ତୋଳନ କରିବାର ସୁଯୋଗ ପାଇଛି ଓଡ଼ିଶା ମାଇନିଂ କର୍ପୋରେସନ (ଓଏମ୍‌ସି)। ସରକାର ଆଜି ରାଜ୍ୟର ୧୮ଟି […]

khani

khani

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 10:15 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୧୮ଟି ଖଣିକୁ ଜିଲ୍‌ ପ୍ରଦାନ ନେଇ ଅନୁମତି ମିଳିଛି। ଏନେଇ ଆବେଦନ ହୋଇଥିବା ଖଣି ପଟ୍ଟାକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। କ୍ଲିୟରାନ୍ସ ନ ମିଳିବାରୁ ୪୪ଟି ଖଣିର ଆବେଦନ ଅବଧି ସରିଛି। ଗତକାଲି ଅବଧି ସରିଥିବାରୁ ଏବେ ଏସବୁ ଖଣିର ଭବିଷ୍ୟତ କୋର୍ଟ ଉପରେ ନିର୍ଭର କରୁଛି।

ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ରାଜ୍ୟରେ ବକ୍‌ସାଇଟ୍‌ ଉତ୍ତୋଳନ କରିବାର ସୁଯୋଗ ପାଇଛି ଓଡ଼ିଶା ମାଇନିଂ କର୍ପୋରେସନ (ଓଏମ୍‌ସି)।

ସରକାର ଆଜି ରାଜ୍ୟର ୧୮ଟି ଖଣିକୁ ୫୦ ବର୍ଷ ଯାଏଁ ଲିଜ୍‌ ପ୍ରଦାନ ନେଇ ଅନୁମତି ଦେଇଛନ୍ତି। ଏସବୁ ଖଣିରୁ ଷ୍ଟାମ୍ପ ଡ୍ୟୁଟି ବାବଦକୁ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ରାଜ୍ୟ ସରକାର ପାଇସାରିଛନ୍ତି। ଆଗକୁ ରୟାଲିଟି ଏବଂ ଡିଏମ୍‌ଏଫ୍‌ ଆକାରରେ ରାଜସ୍ୱ ଆସିବ।

୧୮ଟି ଖଣିରେ ରହିଛି ୭ଟି ଆଇରନ୍‌ ଓର, ୨ଟି ମାଙ୍ଗାନିଜ୍‌, ଗୋଟିଏ ଲେଖାଏଁ ବକ୍‌ସାଇଟ୍‌ ଏବଂ କ୍ରୋମାଇଟ, ୫ଟି ଜେମସ୍‌ ଷ୍ଟୋନ ଏବଂ ୨ଟି ଲାଇମଷ୍ଟୋନ ଖଣି। ସଂଶୋଧିତ ଏମ୍‌ଏମ୍‌ଡିଆର ଆକ୍ଟ ଅନୁସାରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବା ପରେ ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହେବ। ସଂଶୋଧିତ ଏମ୍‌ଏମ୍‌ଡିଆର ଆକ୍ଟ ୨୦୧୫ ଜାନୁଆରୀ ୧୨ରେ ଲାଗୁ ହୋଇଥିଲା।

ରାଜ୍ୟର ୬୨ଟି ଖଣିକୁ ଲିଜ୍‌ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଦୁଇବର୍ଷ ମଧ୍ୟରେ ଆବଶ୍ୟକୀୟ କ୍ଲିୟରାନ୍ସ ନ ଥିବାରୁ ରାଜ୍ୟର ୪୪ଟି ଖଣିର ଆବେଦନ ଅବଧି ଶେଷ ହୋଇଛି।

ସେହିପରି ଓଏମ୍‌ସିକୁ ବକ୍‌ସାଇଟ୍‌ ଖଣି ମିଳିଛି। କୋରାପୁଟ ସ୍ଥିତ କୋଡିଙ୍ଗାମାଳିରୁ ଓଏମ୍‌ସି ଖଣିଜ ଉତ୍ତୋଳନ କରିପାରିବ। ଏହି ଖଣିରେ ୮୧ ମିଲିୟନ ଟନ୍‌ର ବକ୍‌ସାଇଟ୍‌ ରହିଛି। ଖଣି ଉତ୍ତୋଳନ ନେଇ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିଥିବାରୁ ରାଜ୍ୟରେ ଥିବା ଆଲୁମିନିୟମ ପ୍ଲାଣ୍ଟ ଓଏମ୍‌ସିଠାରୁ ବକ୍‌ସାଇଟ୍‌ କିଣି ପାରିବ। ଏହାସହ ବେଦାନ୍ତକୁ ବକ୍‌ସାଇଟ୍‌ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos