୨୦,୫୦୦କୁ ଖସିବ ସୁନାଦର

ମୁମ୍ବାଇ: ଭାରତରେ ସୁନା ଦର ୧୦ ଗ୍ରାମ ପ୍ରତି ୨୦ ହଜାର ୫୦୦ ଟଙ୍କାକୁ ଖସିବ ‍ବୋଲି ଆଶା କରାଯାଉଛି। ଗତ ପାଞ୍ଚ ଦିନ ମଧ୍ୟରେ ସୁନାଦର ୨୦ ହଜାର ୫୦୦ କିମ୍ବା ଏହା ସହିତ ସମାନ ରହିବ ବୋଲି କହିଛି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ସଂସ୍ଥା ୨୦୧୫-୧୬ ଆର୍ଥିକ ବର୍ଷରେ ସୁନାଦର ହ୍ରାସ ପାଇ ୨୦ ହଜାର ୫୦୦ ରୁ ୨୪ ହଜାର ମଧ୍ୟରେ ରହିବ ‍ବୋଲି ରେଟିଂ ଆଣ୍ଡ ରିସର୍ଚ୍ଚ ସଂସ୍ଥା ସୂଚନା […]

goldbiscuit

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 01:38 PM IST

ମୁମ୍ବାଇ: ଭାରତରେ ସୁନା ଦର ୧୦ ଗ୍ରାମ ପ୍ରତି ୨୦ ହଜାର ୫୦୦ ଟଙ୍କାକୁ ଖସିବ ‍ବୋଲି ଆଶା କରାଯାଉଛି। ଗତ ପାଞ୍ଚ ଦିନ ମଧ୍ୟରେ ସୁନାଦର ୨୦ ହଜାର ୫୦୦ କିମ୍ବା ଏହା ସହିତ ସମାନ ରହିବ ବୋଲି କହିଛି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ସଂସ୍ଥା ୨୦୧୫-୧୬ ଆର୍ଥିକ ବର୍ଷରେ ସୁନାଦର ହ୍ରାସ ପାଇ ୨୦ ହଜାର ୫୦୦ ରୁ ୨୪ ହଜାର ମଧ୍ୟରେ ରହିବ ‍ବୋଲି ରେଟିଂ ଆଣ୍ଡ ରିସର୍ଚ୍ଚ ସଂସ୍ଥା ସୂଚନା ଦେଇଛି। ଏହି ସଂସ୍ଥା କହିଛି ଯେ, ଆମେରିକାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧହାର କମାଇ ଦିଆଯିବ ଓ ଡଲାରର ମୂଲ୍ୟ ବଢିଯାଇଥିବା ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ ବିଶ୍ୱ ବଜାରରେ ସୁନାଦର ଆଉନ୍ସ ପ୍ରତି ୯୦୦ ଡଲାରୁ ୧,୦୫୦ ଡାଲର ମଧ୍ୟରେ ରହିଛି। ଗୁରୁବାର ସୁଦ୍ଧା ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୨୫,୨୮୦ ଟଙ୍କା ରହିଥିଲା। ଅନ୍ତଜାର୍ତୀୟ ବଜାରରେ ସୁନା ଦର ୧୦୯୭.୫୦ ଆମେରିକୀୟ ଡାଲାର ରହିଥିଲା।

Related story