୨୨ଟି ଏସଇଜେଡର ଅନୁମୋଦନ ରଦ୍ଦ, ବେଦାନ୍ତ ଆଲୁମିନାକୁ ମିଳିଲା ଅଧିକ ସମୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୨ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସଇଜେଡ୍)ର ଅନୁମୋଦନକୁ ରଦ୍ଦ କରି ଦେଇଛନ୍ତି। ଗତ ମେ’ ୧୯ ତାରିଖରେ ସରକାର ଏହି ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ସଚିବ ରାଜୀବ ଖେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ଅଫ୍ ଆପ୍ରୁଭାଲ (ବିଓଏ) ବୈଠକରେ ନିଆଯାଇଥିଲା ଏହି ନିଷ୍ପତ୍ତି। ଏସଇଜେଡ୍ ପ୍ରତିଷ୍ଠା ନେଇ କାର୍ଯ୍ୟର ଅଗ୍ରଗତିରେ ଅସନ୍ତୋଷ ପ୍ରକାଶ କରି ବୋର୍ଡ ଏହି ନିଷ୍ପତ୍ତି ନେଇଥିଲେ। ଏସଇଜେଡ୍ ଅନୁମୋଦି ରଦ୍ଦ ହୋଇଯାଇଥିବା କଂପାନୀମାନଙ୍କ ମଧ୍ୟରେ ଅଛି ତାମିଲନାଡୁ ଇଣ୍ଡଷ୍ଟ୍ରିଆଲ୍ […]

SEZ

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 11:12 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୨ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସଇଜେଡ୍)ର ଅନୁମୋଦନକୁ ରଦ୍ଦ କରି ଦେଇଛନ୍ତି। ଗତ ମେ’ ୧୯ ତାରିଖରେ ସରକାର ଏହି ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ସଚିବ ରାଜୀବ ଖେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ଅଫ୍ ଆପ୍ରୁଭାଲ (ବିଓଏ) ବୈଠକରେ ନିଆଯାଇଥିଲା ଏହି ନିଷ୍ପତ୍ତି। ଏସଇଜେଡ୍ ପ୍ରତିଷ୍ଠା ନେଇ କାର୍ଯ୍ୟର ଅଗ୍ରଗତିରେ ଅସନ୍ତୋଷ ପ୍ରକାଶ କରି ବୋର୍ଡ ଏହି ନିଷ୍ପତ୍ତି ନେଇଥିଲେ। ଏସଇଜେଡ୍ ଅନୁମୋଦି ରଦ୍ଦ ହୋଇଯାଇଥିବା କଂପାନୀମାନଙ୍କ ମଧ୍ୟରେ ଅଛି ତାମିଲନାଡୁ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ୍ କର୍ପୋରେସନ୍ ଆଣ୍ଡ୍ ଟ୍ରୁ ଡେଭଲପରର୍ସ।

ଏହା ସହିତ ଏହି ୨୨ଟି ଡେଭଲପରକୁ ଏକ ଲିଖିତ ବିବରଣୀ ଦେବାକୁ କୁହାଯାଇଛି। ଏଥିରେ ସେମାନେ ଘୋଷଣା କରିବେ ଯେ ଏସଇଜେଡ୍ ଅନୁମୋଦନ ପାଇବା ପରେ ଏହା ଅଧୀନରେ ଥିବା କୌଣସି ଫାଇଦା ସେମାନେ ଉଠାଇ ନାହାନ୍ତି, ଯେମିତିକି- ସେବା କର ଛାଡ଼ ଇତ୍ୟାଦି। ଯଦି ସେବା କର ଛାଡ଼ ବା ଅନ୍ୟ କୌଣସି କର ଛାଡ଼ ପାଇଥିବେ ତା’ହେଲେ ସେମାନଙ୍କୁ ସେହି ଅର୍ଥ ଫେରାଇବାକୁ ହେବ।

ଏହି ୨୨ଟି ଏସ୍ଇଜଡ୍ ମଧ୍ୟରୁ ୧୯ଟି କେବଳ ଆଇଟି/ଆଇଟିଇଏସ୍ ସେକ୍ଟର ଥିଲେ। ଅନ୍ୟଗୁଡ଼ିକ ମଧ୍ୟରେ ମଲ୍ଟିପ୍ରଡକ୍ଟ, ଇଞ୍ଜିନିୟରିଂ, ହାଡୱେର ଓ ସଫ୍ଟୱେର କ୍ଷେତ୍ରର ଥିଲେ।

ଅନ୍ୟପକ୍ଷରେ ବୋର୍ଡ ଅଫ୍ ଆପ୍ରୁଭାଲ (ବିଓଏ) ୨୭ଟି ଏସଇଜେଡ୍ ଡେଭଲପରର୍ସକୁ ସେମାନଙ୍କ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ଅଧିକ ସମୟ ଅନୁମୋଦନ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବେଦାନ୍ତ ଆଲୁମିନିୟମ ଲିମିଟେଡ୍, ଗଲ୍ଫ ଓଏଲ କର୍ପୋରେସନ୍ ଓ କର୍ଣ୍ଣାଟକ ଇଣ୍ଡଷ୍ଟ୍ରିଆଲ୍ ଏରିଆଜ୍ ଡେଭଲପମେଣ୍ଟ ବୋର୍ଡ।

Related story