ବଜାରକୁ ଆସିଲା କମ୍ ଦାମରେ ମିନି ଏସୟୁଭି ଏସ-ପ୍ରେସୋ

ନୂଆଦିଲ୍ଲୀ: ଦେଶରେ ଅଟୋମାବାଇଲ ଶିଳ୍ପରେ ମାନ୍ଦାବସ୍ଥା ଜାରି ରହିଛି। ପୂଜା ଅବସରରେ କିନ୍ତୁ ଦେଶର ଅଗ୍ରଣୀ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଏସ-ପ୍ରେସୋକୁ ବଜାରରେ ପ୍ରବେଶ କରାଇଛି। ଦିଲ୍ଲୀରେ ଏହି କାର୍‌ର ଏକ୍ସ-ସୋରୁମ ମୂଲ୍ୟ ୩ ଲକ୍ଷ ୬୯ ହଜାର ଟଙ୍କା ରହିଥିବାବେଳେ ଏହାର ଷ୍ଟାଣ୍ଡାର୍ଡ ମଡେଲର ଦାମ୍ ୪.୯୧ ଲକ୍ଷ ଟଙ୍କା ରହିଛି। ବଜାରରେ କେବଳ ପେଟ୍ରୋଲ ମଡେଲର ବିକ୍ରି ଉପଲବ୍ଧ ରହିଛି। ପେଟ୍ରୋଲ ଦର ୭୦ ରହିଥିବା ବେଳେ ଏହା ଲିଟର ପିଛା […]

S PRESSO

Subhransu Sekhar
  • Published: Monday, 30 September 2019
  • , Updated: 30 September 2019, 03:49 PM IST

ନୂଆଦିଲ୍ଲୀ: ଦେଶରେ ଅଟୋମାବାଇଲ ଶିଳ୍ପରେ ମାନ୍ଦାବସ୍ଥା ଜାରି ରହିଛି। ପୂଜା ଅବସରରେ କିନ୍ତୁ ଦେଶର ଅଗ୍ରଣୀ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଏସ-ପ୍ରେସୋକୁ ବଜାରରେ ପ୍ରବେଶ କରାଇଛି। ଦିଲ୍ଲୀରେ ଏହି କାର୍‌ର ଏକ୍ସ-ସୋରୁମ ମୂଲ୍ୟ ୩ ଲକ୍ଷ ୬୯ ହଜାର ଟଙ୍କା ରହିଥିବାବେଳେ ଏହାର ଷ୍ଟାଣ୍ଡାର୍ଡ ମଡେଲର ଦାମ୍ ୪.୯୧ ଲକ୍ଷ ଟଙ୍କା ରହିଛି। ବଜାରରେ କେବଳ ପେଟ୍ରୋଲ ମଡେଲର ବିକ୍ରି ଉପଲବ୍ଧ ରହିଛି। ପେଟ୍ରୋଲ ଦର ୭୦ ରହିଥିବା ବେଳେ ଏହା ଲିଟର ପିଛା ୨୧.୭ କିଲୋମିଟର ମାଇଲେଜ୍ ଦେଖାଇବ ବୋଲି ଜଣାପଡ଼ିଛି। ଯାହାକି ଗ୍ରାହକଙ୍କୁ ଟିକିଏ ଆଶ୍ୱସ୍ତି ଦେବ।

ମାରୁତି ଏସ୍-ପ୍ରସୋ ଏବେ ଚାରୋଟି ବିଭିନ୍ନ ଭେରିଆଣ୍ଟରେ ଉପଲବ୍ଧ ରହିଛି। ଯେଉଁଥିରେ ଷ୍ଟାଣ୍ଡାର୍ଡ, ଏଲଏକ୍ସଆଇ, ଭିଏକ୍ସଆଇ ଏବଂ ଭିଏକ୍ସଆଇ ପ୍ଲସ୍ ରହିଛି। ଏହି କାର୍‌ରେ ଚାଳକ ଏବଂ ଯାତ୍ରୀଙ୍କୁ ସୁରକ୍ଷା ପାଇଁ ୧୦ରୁ ଅଧିକ ନିରାପଦା ଫିଚର୍ସ ରହିଛି। ଗତବର୍ଷ ଅଟୋ ଏକ୍ସପୋରେ ଏହି କାରକୁ ପ୍ରଥମ ଥର ପାଇଁ ମାରୁତି ଫ୍ୟୁଚର-ଏସ ନାମରେ ପ୍ରଦର୍ଶୀତ କରାଯାଇଥିଲା।

କାର୍‌ଟି ଦେଖିବା ପାଇଁ ଛୋଟ ହୋଇଥିଲେ ମଧ୍ୟ ଦୂରରୁ ବଡ଼ ଏସୟୁଭି କାର୍‌ ଭଳି ଦେଖାଯାଉଛି। ସେହିପରି ଭିତର ଇଣ୍ଟେରିଅର ମଧ୍ୟ ବହୁତ ଭଲ ରହିଛି। ଚାଳକଙ୍କ ସମେତ ୫ ଜଣ ବସିପାରିବାର କ୍ଷମତା ରହିଛି ଏହି କାରରେ। ଉଭୟ ଡ୍ରାଇଭର ଏବଂ ପାଖ ସିଟରେ ବସୁଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଦୁଇଟି ଏୟାର ବ୍ୟାଗ ସୁବିଧା ରହିଛି ଏହି କାର୍‌ରେ।

ବଜାରରେ ମାନ୍ଦାବସ୍ଥା ଜାରି ରହିଥିବାବେଳେ ଏହି ମିନି ଏସୟୁଭି ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ ଆଶା ରଖିଛି। ଏସ-ପ୍ରେସୋ ଦାମରେ ଅନେକ କମ୍ପାନୀର କାର ରହିଛି। ହେଲେ ରେନୋଲ୍ଟର କ୍ୱିଡକୁ ମଖ୍ୟତଃ ଏସ ପ୍ରେସୋ ଟକ୍କର ଦେବ ବୋଲି ଜଣାପଡ଼ିଛି।

୨୦୧୪ରେ ମାରୁତି ସୁଜୁକି ସେଲେରିଓ ଏଣ୍ଟ୍ରି ଲେବୁଲ ହ୍ୟାଚବ୍ୟାକର ଶୁଭାରମ୍ଭ କରିଥିଲା। ଏହାପରେ ଦୀର୍ଘ ୪ ବର୍ଷ ପରେ ଏସ-ପ୍ରେସୋରେ ମଧ୍ୟ ଏଣ୍ଟ୍ରି ଲେବୁଲ ହ୍ୟାଚବ୍ୟାକ ଫିଚର ସଂଯୋଗ କରିଛି ମାରୁତି ସୁଜୁକି। ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଆସିୟାନା ଦେଶରେ ଏହି କାର ଆଗାମୀ ଦିନରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

Related story