ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ଓ ଏସିଆ ବଜାରରେ ଭଲ ସ୍ଥିତି ଯୋଗୁଁ ଭାରତୀୟ ସେୟାର ବଜାର ସପ୍ତାହର ପ୍ରଥମ ଦିନ ସୋମବାର ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସେନସେକ୍ସ କାରବାର ଆଜି କାର୍ଯ୍ୟ ଶେଷ ବେଳକୁ ୫୬୫ ପଏଣ୍ଡ ବଢି ୨୬,୭୮୬ ଓ ନିଫ୍ଟ ୧୬୮ ପଏଣ୍ଡ ବଢି ୭,୬୫୫ରେ ବନ୍ଦ ହୋଇଛି।
ସକାଳୁ ସନସେକ୍ସ ୧୫୮.୪୭ ପଏଣ୍ଡ ବଢି ୨୬,୩୭୯.୪୨ ଖୋଲା ହୋଇଥିଲା। ସେହିପରି ଆଜି ଦିନରେ ସନସେକ୍ସ ଏକ ସମୟରେ ୨୬,୮୨୨ ବୃଦ୍ଧି ପାଇଥିବା ବେଳେ ସର୍ବନିମ୍ମ ୨୬,୩୭୫ ପଏଣ୍ଡକୁ ମଧ୍ୟ ହ୍ରାସ ପାଇଥିଲା । ଶେଷରେ ଏହା ୨୬, ୭୮୬ ପଏଣ୍ଡରେ ବନ୍ଦ ହୋଇଛି ।