ଭୁବନେଶ୍ୱର: ବିଭିନ୍ନ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଉପରେ ରାଜ୍ୟ ସରକାରଙ୍କ ୬୫ଶହ ୧୨ କୋଟି ଟଙ୍କା ବକେୟା ରହିଛି। ରିଲିଆନ୍ସ ଉପରେ ରାଜ୍ୟ ସରକାରଙ୍କର ୩୨ ଶହ ୫୬ କୋଟି ଟଙ୍କ। ବକେୟା ଅଛି। ଆର୍. ଇନଫ୍ରା ଅଧୀନରେ ଥିବା ୱେସ୍କୋ ଉପରେ ୧୩ ଶହ କୋଟି, ନେସ୍କୋ ଉପରେ ୧୧ଶହ ୧୦ କୋଟି ଓ ସାଉଥକୋ ଉପରେ ୮୪୬ କୋଟି ଟଙ୍କା ବକେୟା ଅଛି। ବିଧାନସଭାରେ ଏ ତଥ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି।
ଏଥିସହ ଆର-ଇନଫ୍ର। ଦ୍ୱାରା ପରିଚାଳିତ କମ୍ପାନୀମାନେ ବିଦ୍ୟୁତ୍ କ୍ଷେତ୍ରରେ ଉନ୍ନତି ପାଇଁ ଅର୍ଥ ବିନିଯୋଗ ନ କରିବା, ଏସ୍କ୍ରୋ ଏଗ୍ରିମେଣ୍ଟ ନ ମାନିବା, ବିଏସଟି ଦେୟ ଠିକ୍ ସମୟରେ ପୈଠ ନ କରିବା, ଏନଟିପିସି ବଣ୍ଡ ଓ ସିକ୍ୟୁରିଟି ଲୋନ୍ ପଇଠରେ ଖିଲାପ ଅଭିଯୋଗ ମଧ୍ୟ ରିଲିୟାନ୍ସ ଇନଫ୍ର। ବିରୋଧରେ ରହିଛି। ଏ ନେଇ ଇଲେକ୍ଟ୍ରିସିଟି ଟ୍ରିବ୍ୟୁନାଲରେ ମାମଲଶ ମଧ୍ୟ ଦାୟର ହୋଇଥିବା ମନ୍ତ୍ରୀ ଦାସ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।