ବିଭିନ୍ନ କମ୍ପାନୀ ଉପରେ ରାଜ୍ୟ ସରକାରଙ୍କ ୬୫ଶହ ୧୨ କୋଟି ଟଙ୍କା ବକେୟା: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଉପରେ ରାଜ୍ୟ ସରକାରଙ୍କ ୬୫ଶହ ୧୨ କୋଟି ଟଙ୍କା ବକେୟା ରହିଛି। ରିଲିଆନ୍ସ ଉପରେ ରାଜ୍ୟ ସରକାରଙ୍କର ୩୨ ଶହ ୫୬ କୋଟି ଟଙ୍କ। ବକେୟା ଅଛି। ଆର୍. ଇନଫ୍ରା ଅଧୀନରେ ଥିବା ୱେସ୍କୋ ଉପରେ ୧୩ ଶହ କୋଟି, ନେସ୍କୋ ଉପରେ ୧୧ଶହ ୧୦ କୋଟି ଓ ସାଉଥକୋ ଉପରେ ୮୪୬ କୋଟି ଟଙ୍କା ବକେୟା ଅଛି। ବିଧାନସଭାରେ ଏ ତଥ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶକ୍ତିମନ୍ତ୍ରୀ […]

22elec2

Rakesh Mallick
  • Published: Tuesday, 01 December 2015
  • , Updated: 02 December 2015, 03:35 PM IST

ଭୁବନେଶ୍ୱର: ବିଭିନ୍ନ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଉପରେ ରାଜ୍ୟ ସରକାରଙ୍କ ୬୫ଶହ ୧୨ କୋଟି ଟଙ୍କା ବକେୟା ରହିଛି। ରିଲିଆନ୍ସ ଉପରେ ରାଜ୍ୟ ସରକାରଙ୍କର ୩୨ ଶହ ୫୬ କୋଟି ଟଙ୍କ। ବକେୟା ଅଛି। ଆର୍. ଇନଫ୍ରା ଅଧୀନରେ ଥିବା ୱେସ୍କୋ ଉପରେ ୧୩ ଶହ କୋଟି, ନେସ୍କୋ ଉପରେ ୧୧ଶହ ୧୦ କୋଟି ଓ ସାଉଥକୋ ଉପରେ ୮୪୬ କୋଟି ଟଙ୍କା ବକେୟା ଅଛି। ବିଧାନସଭାରେ ଏ ତଥ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି।

ଏଥିସହ ଆର-ଇନଫ୍ର। ଦ୍ୱାରା ପରିଚାଳିତ କମ୍ପାନୀମାନେ ବିଦ୍ୟୁତ୍ କ୍ଷେତ୍ରରେ ଉନ୍ନତି ପାଇଁ ଅର୍ଥ ବିନିଯୋଗ ନ କରିବା, ଏସ୍କ୍ରୋ ଏଗ୍ରିମେଣ୍ଟ ନ ମାନିବା, ବିଏସଟି ଦେୟ ଠିକ୍ ସମୟରେ ପୈଠ ନ କରିବା, ଏନଟିପିସି ବଣ୍ଡ ଓ ସିକ୍ୟୁରିଟି ଲୋନ୍ ପଇଠରେ ଖିଲାପ ଅଭିଯୋଗ ମଧ୍ୟ ରିଲିୟାନ୍ସ ଇନଫ୍ର। ବିରୋଧରେ ରହିଛି। ଏ ନେଇ ଇଲେକ୍ଟ୍ରିସିଟି ଟ୍ରିବ୍ୟୁନାଲରେ ମାମଲଶ ମଧ୍ୟ ଦାୟର ହୋଇଥିବା ମନ୍ତ୍ରୀ ଦାସ ସୂଚନା ଦେଇଛନ୍ତି।

Related story