୮ରୁ ଭୁବନେଶ୍ୱରରୁ ବାରଣାସୀକୁ ଉଡିବ ଏୟାର ଇଣ୍ଡିଆର ବିମାନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରୁ ବାରଣାସୀକୁ ଆରମ୍ଭ ହେଉଛି ସିଧାସଳଖ ବିମାନ ସେବା। ବିଶେଷକରି ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓ ବୌଦ୍ଧ କୀର୍ତ୍ତିରାଜିକୁ ସଂଯୋଗ ପାଇଁ ଏୟାର ଇଣ୍ଡିଆ ବିମାନ ସେବା ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୩୦ରେ ବାରଣାସୀରୁ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବିମାନ । ପୁଣି ସେହି ବିମାନ ଅପରାହ୍ନ ୨ଟା ୪୫ ମିନିଟରେ ଭୁବନେଶ୍ୱରରୁ ବାରଣାସୀ ଅଭିମୁଖେ ଯାତ୍ରା କରି ୪ଟା […]

air india

air india

Rakesh Mallick
  • Published: Monday, 02 November 2015
  • Updated: 02 November 2015, 01:20 PM IST

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରୁ ବାରଣାସୀକୁ ଆରମ୍ଭ ହେଉଛି ସିଧାସଳଖ ବିମାନ ସେବା। ବିଶେଷକରି ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓ ବୌଦ୍ଧ କୀର୍ତ୍ତିରାଜିକୁ ସଂଯୋଗ ପାଇଁ ଏୟାର ଇଣ୍ଡିଆ ବିମାନ ସେବା ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୩୦ରେ ବାରଣାସୀରୁ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବିମାନ । ପୁଣି ସେହି ବିମାନ ଅପରାହ୍ନ ୨ଟା ୪୫ ମିନିଟରେ ଭୁବନେଶ୍ୱରରୁ ବାରଣାସୀ ଅଭିମୁଖେ ଯାତ୍ରା କରି ୪ଟା ୧୫ରେ ସେଠାରେ ପହଞ୍ଚିବ। ସପ୍ତାହକୁ ୪ଦିନ ଏହି ବିମାନ ଯାତ୍ରା କରିବ। ହିନ୍ଦୁରୀତି ଅନୁସାରେ ଓଡ଼ିଆମାନେ ବାରଣାସୀରେ ଅସ୍ଥି ବିସର୍ଜନ ପାଇଁ ଯାଉଥିବାରୁ ସେଠାକୁ ବିମାନ ଯାତ୍ରା ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ସେହିପରି  ଏହି ବିମାନ ଉଭୟ ଘରୋଇ ତଥା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ଭ୍ରମଣ ସୁଯୋଗ ସୃଷ୍ଟି କରିବ ବୋଲି ଟୁର୍ ଅପରେଟରମାନେ ଆଶା ବାନ୍ଧିଛନ୍ତି। ଏବେ ଓଡ଼ିଶାରୁ ଦେଶର ୭ଟି ସହରକୁ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଗୋ-ଏୟାର ଓ ଏୟାର ଭିସ୍ତାରା ବିମାନ ସେବା ପ୍ରଦାନକାରୀ ସଂସ୍ଥା ସେବା ପ୍ରଦାନ କରୁଛନ୍ତି। ବାରଣାସୀକୁ ବିମାନ ଚାଲିଲେ ଏହି ସଂଖ୍ୟା ୮ରେ ପହଞ୍ଚିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos