ସ୍ପାଇସ୍ ଜେଟକୁ ଏଆଇଆଇଙ୍କ ନିର୍ଦ୍ଦେଶ: ଦିନକୁ ୭୦ ଲକ୍ଷ ଦେଇ ବକେୟା ଭରଣା କର

ନୂଆଦିଲ୍ଲୀ: ସ୍ୱଳ୍ପ ଖର୍ଚ୍ଚରେ ବିମାନ ସେବା ଯୋଗାଉଥିବା ସ୍ପାଇସ ଜେଟକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଆଇଆଇ) କଡ଼ା ତାଗିଦ୍ କରିଛନ୍ତି । ବିମାନବନ୍ଦରରେ ଲ୍ୟାଣ୍ଡିଂ ଓ ପାର୍କିଂ ବାବଦକୁ ବକେୟା ଅର୍ଥକୁ ପ୍ରତିଦିନ ୭୦ ଲକ୍ଷ ଟଙ୍କା ହିସାବରେ ଦେବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସ୍ପାଇସ ଜେଟର ୧୫୦ କୋଟି ଟଙ୍କା ବକେୟା ରହିଛି। ଚଳିତ ଆର୍ଥିକବର୍ଷରେ ଏହି ଅର୍ଥକୁ ଆଦାୟ କରିବାକୁ ଏଆଇଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିମାନ ସେବା ଯୋଗାଉଥିବା ଏହି […]

SPICEJET_3935_356

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 04:20 PM IST

ନୂଆଦିଲ୍ଲୀ: ସ୍ୱଳ୍ପ ଖର୍ଚ୍ଚରେ ବିମାନ ସେବା ଯୋଗାଉଥିବା ସ୍ପାଇସ ଜେଟକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଆଇଆଇ) କଡ଼ା ତାଗିଦ୍ କରିଛନ୍ତି । ବିମାନବନ୍ଦରରେ ଲ୍ୟାଣ୍ଡିଂ ଓ ପାର୍କିଂ ବାବଦକୁ ବକେୟା ଅର୍ଥକୁ ପ୍ରତିଦିନ ୭୦ ଲକ୍ଷ ଟଙ୍କା ହିସାବରେ ଦେବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସ୍ପାଇସ ଜେଟର ୧୫୦ କୋଟି ଟଙ୍କା ବକେୟା ରହିଛି। ଚଳିତ ଆର୍ଥିକବର୍ଷରେ ଏହି ଅର୍ଥକୁ ଆଦାୟ କରିବାକୁ ଏଆଇଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିମାନ ସେବା ଯୋଗାଉଥିବା ଏହି କମ୍ପାନୀ ଗତ ତିନିବର୍ଷ ହେବ ଅର୍ଥ ବାକେୟା ରଖିଛି। ଏହାକୁ ଆଦାୟ କରିବାକୁ ଏଆଇଆଇ ଏବେ ଅଣ୍ଟା ଭିଡିଛି।

 

Related story