ନୂଆଦିଲ୍ଲୀ: ଆମେରିକୀୟ ଇ-କମର୍ସ କମ୍ପାନୀ Amazon ଭାରତରେ ଆରମ୍ଭ କରିଛି ନୂଆ ସେବା। ଏହାର ନାଁ ‘2-hour delivery’। Amazon Fresh Storeରେ ଏହି ସେବା ଉପଲବ୍ଧ ହେବ। ଏହି ସେବା ଅନୁଯାୟୀ, ମାତ୍ର ୨ ଘଣ୍ଟାରେ ଆପଣଙ୍କ ଘରେ ପହଞ୍ଚିବ ଆପଣଙ୍କ ଅର୍ଡର କରିଥିବା ଜିନିଷ।
Amazon Fresh Storeରୁ ଆପଣ କେବଳ ଗ୍ରୋସରୀ ଜିନିଷ, ଫଳ, ପନିପରିବା, ଦୁଗ୍ଧ ଜାତୀୟ ପଦାର୍ଥ, ମାଂସ, ଆଇସ୍କ୍ରିମ୍, ପ୍ୟାକେଟ୍ ଖାଦ୍ୟ, ପର୍ସନାଲ୍ କେୟାର ଓ ହୋମ୍ କେୟାର୍ ସାମଗ୍ରୀ ମଗାଇ ପାରିବେ। ଅର୍ଥାତ୍ ଏହା ବାଦ୍ ଅନ୍ୟ ସାମଗ୍ରୀ ପାଇଁ ଆପଣ ଏହି ସେବାକୁ ବ୍ୟବହାର କରିପାରିବେ ନାହିଁ।
କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, Amazon Fresh Store ଆମାଜନ୍ Prime Nowର ଏକ ସର୍ଭିସ ହେବ ଓ ଏହା ସକାଳ ୬ଟାରୁ ରାତି ୧୨ ପର୍ଯ୍ୟନ୍ତ ଡେଲିଭରୀ ଦେବ। ପୂର୍ବରୁ Prime Nowରେ ଲୋକମାନେ ଗ୍ରୋସରୀ ଅର୍ଡର କରୁଥିଲେ। ହେଲେ ଏବେ ସିଧାସଳଖ ‘Amazon Fresh Store’ ଆପ୍ରୁ ହିଁ ମଗାଇପାରିବେ। ଏବେ ବି Prime Now ଆପ୍ କାମ କରିବ। ତେବେ କେବଳ ଦିଲ୍ଲୀ, ଏନ୍ସିଆର୍, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଏହା କାମ କରିବ।