ଆଞ୍ଚଳିକ ବୈଷମ୍ୟ ହ୍ରାସ କରିବାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଔଦ୍ୟୋଗିକ ବିକାଶରେ ଶିଳ୍ପ ବିକାଶ ଅଧିକାରୀଙ୍କ ଭୂମିକା ଶୀର୍ଷକ ଏକ କର୍ମଶାଳା ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ରୋଜଗାର ବୃଦ୍ଧି, ରପ୍ତାନୀ ଅଭିବୃଦ୍ଧି ତଥା ଆଞ୍ଚଳିକ ବୈଷମ୍ୟକୁ ହ୍ରାସ କରିବା ଦିଗର ଏହି ସବୁ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି। ୨୦୧୪-୧୫ ବର୍ଷ ସୁଦ୍ଧା ରାଜ୍ୟରେ ସାତହଜାର ୯୦୬ କୋଟି […]

cm

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 02:48 PM IST

ଭୁବନେଶ୍ୱର: ଔଦ୍ୟୋଗିକ ବିକାଶରେ ଶିଳ୍ପ ବିକାଶ ଅଧିକାରୀଙ୍କ ଭୂମିକା ଶୀର୍ଷକ ଏକ କର୍ମଶାଳା ଶୁକ୍ରବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ରୋଜଗାର ବୃଦ୍ଧି, ରପ୍ତାନୀ ଅଭିବୃଦ୍ଧି ତଥା ଆଞ୍ଚଳିକ ବୈଷମ୍ୟକୁ ହ୍ରାସ କରିବା ଦିଗର ଏହି ସବୁ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି। ୨୦୧୪-୧୫ ବର୍ଷ ସୁଦ୍ଧା ରାଜ୍ୟରେ ସାତହଜାର ୯୦୬ କୋଟି ୨୫ ଲକ୍ଷ ଟଙ୍କ। ବିନିମୟରେ ୧ଲକ୍ଷ ୬୦ହଜାର ୧୬୭ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ଶିଳ୍ପର ବିକାଶ ଲାଗି ଯୁବ ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ନୀତି ପ୍ରଣୟନ କରିଥିବା କର୍ମଶାଳାରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ୮୫ଜଣ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ ଅଫିସରଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା।

Related story