ନୂଆଦିଲ୍ଲୀ: ଅଂଶୁଲା କାନ୍ତ ହୋଇଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ)ର ଚିଫ୍ ଫାଇନାନସିଆଲ୍ ଅଫିସର (ସିଏଫ୍ଓ)। ସେ ଏସବିଆଇର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଓ ସିଏଫଓ ପଦରେ ନିଯୁକ୍ତି ପାଇଛନ୍ତି। ଗୁରୁବାର ଏସବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।
ଅଂଶୁଲା କାନ୍ତ ୧୯୮୩ ମସିହାରେ ଏସବିଆଇରେ ପିଓ ଭାବେ ଯୋଗ ଦେଇଥିଲେ। ବ୍ୟାଙ୍କର ବିଭିନ୍ନ ବିଭାଗରେ ତାଙ୍କର କାମ କରିବାର ଅଭିଜ୍ଞତା ରହିଛି।
ତାଙ୍କ ପୂର୍ବରୁ ପି.କେ ଗୁପ୍ତା ଏସବିଆଇର ସିଏଫଓ ଥିଲେ। ଗୁପ୍ତା ବର୍ତମାନ ଏସବିଆଇ କାପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି।