ଏପ୍ରିଲ ୧ରୁ ସମସ୍ତ ଅନ୍ତଃରାଜ୍ୟ ଚେକ୍‌ଗେଟ ଉଚ୍ଛେଦ ହେବ

ଭୁବନେଶ୍ୱର: ନାଲଦାକୁ ଛାଡି ଏପ୍ରିଲ ୧ରୁ ରାଜ୍ୟରେ ଥିବା ସମସ୍ତ ଅନ୍ତଃରାଜ୍ୟ ଚେକ୍‌ଗେଟ ଉଚ୍ଛେଦ ହେବ। ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ଅଧିକାରୀ ଏହି ଚେକ୍‌ଗେଟ୍‌ ପରିଚାଳନା କରିବେ। ପ୍ରସ୍ତାବିତ ଦ୍ରବ୍ୟ ଓ ସେବା କର ଅର୍ଥାତ ଜିଏସ୍‌ଟି ବ୍ୟବସ୍ଥାରେ ଚେକ୍‌ଗେଟ୍‌ ସ୍ଥାପନ ବ୍ୟବସ୍ଥା ନାହିଁ। ଉଚ୍ଛେଦ ପରେ ବିଭିନ୍ନ ବିଭାଗ ଭ୍ରାମ୍ୟମାଣ ଯାନରେ ଆଧୁନିକ ଯନ୍ତ୍ରପାତି ଓ ଉପକରଣ ବ୍ୟବହାର କରି ଏନ୍‌ଫୋରସ୍‌ମେଣ୍ଟ କାର୍ଯ୍ୟ […]

pradeep-amata

pradeep-amata

Rakesh Mallick
  • Published: Monday, 27 March 2017
  • Updated: 27 March 2017, 08:44 PM IST

Sports

Latest News

ଭୁବନେଶ୍ୱର: ନାଲଦାକୁ ଛାଡି ଏପ୍ରିଲ ୧ରୁ ରାଜ୍ୟରେ ଥିବା ସମସ୍ତ ଅନ୍ତଃରାଜ୍ୟ ଚେକ୍‌ଗେଟ ଉଚ୍ଛେଦ ହେବ। ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ଅଧିକାରୀ ଏହି ଚେକ୍‌ଗେଟ୍‌ ପରିଚାଳନା କରିବେ। ପ୍ରସ୍ତାବିତ ଦ୍ରବ୍ୟ ଓ ସେବା କର ଅର୍ଥାତ ଜିଏସ୍‌ଟି ବ୍ୟବସ୍ଥାରେ ଚେକ୍‌ଗେଟ୍‌ ସ୍ଥାପନ ବ୍ୟବସ୍ଥା ନାହିଁ।

ଉଚ୍ଛେଦ ପରେ ବିଭିନ୍ନ ବିଭାଗ ଭ୍ରାମ୍ୟମାଣ ଯାନରେ ଆଧୁନିକ ଯନ୍ତ୍ରପାତି ଓ ଉପକରଣ ବ୍ୟବହାର କରି ଏନ୍‌ଫୋରସ୍‌ମେଣ୍ଟ କାର୍ଯ୍ୟ କରାଯିବ। ଏହା ଦ୍ୱାରା ଦ୍ରବ୍ୟ ଓ କଂଚାମାଲ ପରିବହନ ସହଜ ହେବ। ତେବେ ମାଲବୁହା ଗାଡି ଯିବାଆସିବାରେ ଚେକ୍‌ଗେଟ୍‌ ପ୍ରତିବନ୍ଧକ ସୃଷ୍ଟି କରିବା ସହ ଦୁର୍ନୀତି କାରବାରର ଅଭିଯୋଗ ମଧ୍ୟ ଆସୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos