ଆସନ୍ତାବର୍ଷରୁ ତ୍ରିପୁରାରୁ ବାଂଲାଦେଶକୁ ଯୋଗାଣ ହେବ ୧୦୦ ମେଗାୱାଟ୍ ବିଦ୍ୟୁତ୍

ଅଗରତାଲା: ଆସନ୍ତା ବର୍ଷଠାରୁ ତ୍ରିପୁରାରୁ ବାଂଲାଦଶକୁ ୧୦୦ ମେଗାୱାଟ୍ ବିଦ୍ୟୁତ ଯୋଗାଣ ଆରମ୍ଭ ହେବ। ଶନିବାର ତ୍ରିପୁରା ସରକାରଙ୍କ ପକ୍ଷରୁ ଦିଆଯାଇଛି ଏହି ସୂଚନା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତରେ ଯାଇଥିବା ବେଳେ ବିଦ୍ୟୁତ ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଆଉ ସେହି ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ବାଂଲାଦେଶକୁ ୧୦୦ ମେଗାୱାଟ ଯୋଗାଣ ପ୍ରସ୍ତାବକୁ ଅନୁମତି ଦେଇ ଦେଇଛି। ଗତ ଗୁରୁବାର ଏ ନେଇ ଦିଲ୍ଲୀରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ତ୍ରିପୁରାର ପ୍ରିନ୍ସିପାଲ ସେକ୍ରେଟାରୀ ସୂଚନା ଦେଇଛନ୍ତି।

ଏହି ବିଦ୍ୟୁତ୍ ଯୋଗାଣ ପାଇଁ ପାୱାର ଗ୍ରୀଡ୍ କୋରପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ତ୍ରିପୁରାର ସ୍ରାମାଣିନଗର ଠାରୁ ବାଂଲାଦେଶର ଦକ୍ଷିଣ କୋମିଲା ପର୍ଯ୍ୟନ୍ତ ୬୫ଟି ଟାୱାର ନିର୍ମାଣ କରାଯାଇଛି।