ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଖିବାକୁ ମିଳିବ ୧୨୫ ଟଙ୍କିଆ କଏନ୍। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୋଦି ସରକାର ଏହି କଏନ୍ ଜାରି କରିପାରନ୍ତି।
୨୦୧୬ ଏପ୍ରିଲ ୧୪ ତାରିଖରେ ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଧୁମଧାମରେ ପାଳନ କରି ଦଳିତଙ୍କ ମନ ଜିଣିବା ପାଇଁ ମୋଦି ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଦଳିତଙ୍କ ଭୋଟ୍ ପାଇବାକୁ ଆଶାରେ ମୋଦି ସରକାର ଏପରି କରୁଥିବା କୁହାଯାଉଛି।
ଏହାବ୍ୟତୀତ ଆମ୍ୱେଦକରଙ୍କ ଜୟନ୍ତୀ ଅବସରରେ ମଧ୍ୟ ମୋଦି ସରକାର ତାଙ୍କ ନାମରେ ଡାକ ଟିକଟ ଆରମ୍ଭ କରିପାରନ୍ତି।