ଆସନ୍ତା ଡିସେମ୍ବର ବା ଜାନୁଆରୀରେ ଲୋକାର୍ପିତ ହେବ ପାରାଦୀପ ତୈଳ ବିଶୋଧନାଗାର

ପାରାଦୀପ: ଖୁବଶୀଘ୍ର ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ପାରାଦୀପ ତୈଳ ବିଶୋଧନାଗାର। ଆସନ୍ତା ଡିସେମ୍ୱର ଶେଷ ସପ୍ତାହ କିମ୍ୱା ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିବେ। ଲୋକାର୍ପଣ ଅପେକ୍ଷାରେ ପାରାଦୀପ ତୈଳ ବିଶୋଧନାଗାର। ୩,୩୪୪ ଏକର ଜମି ଉପରେ ନିର୍ମିତ ଏହି ମେଗା ପ୍ରକଳ୍ପରେ ବିନିଯୋଗ ହୋଇଛି ପ୍ରାୟ ୩୪,୫୫୫ କୋଟି ଟଙ୍କା। ଏହାର ଉତ୍ପାଦନର କ୍ଷମତା ରହିଛି ବାର୍ଷିକ ୧୫ ମିଲିୟନ୍ ମେଟ୍ରିକ ଟନ୍। ବିଦେଶରୁ ଅଶୋଧିତ ତୈଳ […]

Paradip Oil Refinery

Rakesh Mallick
  • Published: Tuesday, 24 November 2015
  • , Updated: 24 November 2015, 02:19 PM IST

ପାରାଦୀପ: ଖୁବଶୀଘ୍ର ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ପାରାଦୀପ ତୈଳ ବିଶୋଧନାଗାର। ଆସନ୍ତା ଡିସେମ୍ୱର ଶେଷ ସପ୍ତାହ କିମ୍ୱା ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିବେ।

ଲୋକାର୍ପଣ ଅପେକ୍ଷାରେ ପାରାଦୀପ ତୈଳ ବିଶୋଧନାଗାର। ୩,୩୪୪ ଏକର ଜମି ଉପରେ ନିର୍ମିତ ଏହି ମେଗା ପ୍ରକଳ୍ପରେ ବିନିଯୋଗ ହୋଇଛି ପ୍ରାୟ ୩୪,୫୫୫ କୋଟି ଟଙ୍କା। ଏହାର ଉତ୍ପାଦନର କ୍ଷମତା ରହିଛି ବାର୍ଷିକ ୧୫ ମିଲିୟନ୍ ମେଟ୍ରିକ ଟନ୍। ବିଦେଶରୁ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଆମଦାନୀ କରାଯାଇ ଏଠାରେ ବିଶୋଧନ କରାଯିବ। ଆଉ ପେଟ୍ରୋଲ୍, ଡିଜେଲ୍, କିରୋସିନ୍, ଜାଳେଣୀ ଗ୍ୟାସ୍, ପେଟ୍ରୋଲିୟମ୍ କୋକ୍ ଓ ସଲଫର ପ୍ରଭୃତି ତୈଳସାମଗ୍ରୀ ଉତ୍ପାଦନ ହେବ। ଗତ ଏପ୍ରିଲ୍ ମାସଠାରୁ ପର୍ଯ୍ୟାୟକ୍ରମେ ବିଶୋଧନାଗାରର ବିଭିନ୍ନ ୟୁନିଟ୍ କାର୍ଯ୍ୟକ୍ଷମ ହେଲାଣି। ଆସନ୍ତା ଜାନୁୟାରୀ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ବିଶୋଧନାଗାରର ଶୁଭ ଦେଇଥିଲେ। ୧୫ବର୍ଷ ପରେ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି।

ବିଶୋଧନାଗାର କାର୍ଯ୍ୟକ୍ଷମ ପରେ ଫୋକସରେ ରହିବ ପେଟ୍ରୋ କେମିକାଲ୍ କମ୍ପ୍ଲେକ୍ସ। ଏହାର କାମ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ପଲି ପ୍ରୋପିଲିନ୍ ୟୁନିଟର କାର୍ଯ୍ୟାଦେଶ ମଧ୍ୟ ମିଳିସାରିଛି। ଯାହା କି ୨୦୧୭ ମସିହା ଶେଷ ଆଡକୁ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖା ଯାଇଛି।

Related story