ମାନ୍ଦାବସ୍ଥା ପ୍ରଭାବ, ୨ ଦିନ ପାଇଁ ବନ୍ଦ ରହିବ ମାରୁତି ସୁଜୁକିର ୨ଟି ପ୍ଲାଣ୍ଟ

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଖରାପ ଚାଲିଛି। ଏହାର ପ୍ରଭାବ ବିଭିନ୍ନ ଶିଳ୍ପ ଉପରେ ପଡ଼ିଛି। ଯେଉଁଥିରୁ ବାଦ୍ ପଡ଼ିନି ଦେଶରେ ସବୁଠୁ ଅଧିକ ବିକ୍ରୀ କରୁଥିବା କାର୍‌ କମ୍ପାନୀ ମାରୁତି ସୁଜୁକି। ଅଟୋମୋବାଇଲ ଶିଳ୍ପରେ ମାନ୍ଦା ଅବସ୍ଥା ଦେଖି ଏହି ଲୋକପ୍ରିୟ କମ୍ପାନୀ ହରିଆନାର ମାନେସର ଏବଂ ଗୁରୁଗ୍ରାମରେ ଥିବା ତାର ଦୁଇଟି କାରଖାନା ଦୁଇ ଦିନ ପାଇଁ ବନ୍ଦ ରଖିବ। ଚଳିତ ମାସ ୭ ଓ ୯ ତାରିଖ ଏହି ଦୁଇଟି ପ୍ଲାଣ୍ଟରେ କାର୍‌ […]

Maruti-Suzuki

Subhransu Sekhar
  • Published: Wednesday, 04 September 2019
  • , Updated: 04 September 2019, 04:59 PM IST

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଖରାପ ଚାଲିଛି। ଏହାର ପ୍ରଭାବ ବିଭିନ୍ନ ଶିଳ୍ପ ଉପରେ ପଡ଼ିଛି। ଯେଉଁଥିରୁ ବାଦ୍ ପଡ଼ିନି ଦେଶରେ ସବୁଠୁ ଅଧିକ ବିକ୍ରୀ କରୁଥିବା କାର୍‌ କମ୍ପାନୀ ମାରୁତି ସୁଜୁକି। ଅଟୋମୋବାଇଲ ଶିଳ୍ପରେ ମାନ୍ଦା ଅବସ୍ଥା ଦେଖି ଏହି ଲୋକପ୍ରିୟ କମ୍ପାନୀ ହରିଆନାର ମାନେସର ଏବଂ ଗୁରୁଗ୍ରାମରେ ଥିବା ତାର ଦୁଇଟି କାରଖାନା ଦୁଇ ଦିନ ପାଇଁ ବନ୍ଦ ରଖିବ। ଚଳିତ ମାସ ୭ ଓ ୯ ତାରିଖ ଏହି ଦୁଇଟି ପ୍ଲାଣ୍ଟରେ କାର୍‌ ନିର୍ମାଣ ହେବ ନାହିଁ। ଏହି ଦୁଇ ଦିନକୁ କମ୍ପାନୀ ‘ଶୂନ ଉତ୍ପାଦନ’ ନାମରେ ଘୋଷିତ କରିଛି।

କମ୍ପାନୀ କ୍ଷତିରେ ଚାଲୁଥିବା ଦେଖି ସୋମବାର କହିଥିଲା ଯେ ଗତବର୍ଷ ତୁଳନାରେ ଚଳିତମାସ ଉତ୍ପାଦନ କ୍ଷମତା ୩୪ ପ୍ରତିଶତ କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି।

ସେହିପରି ମାରୁତି ସୁଜୁକିର ଛୋଟ କାର ଅଲ୍ଟୋ ଏବଂ ଓ୍ୱାଗନର ଭଳି କାର ନିର୍ମାଣ ୬୩ ପ୍ରତିଶତ କମ୍ କରିଛି। ଏବେର ସବୁଠୁ ଲୋକପ୍ରିୟ ମଡେଲ ବାଲେନୋ ଏବଂ ସୁଇଫ୍ଟ କାର୍‌ ନିର୍ମାଣ ମଧ୍ୟ ୩୪ ପ୍ରତିଶତ କମ୍ ରହିଛି।

ସୂଚନାଯୋଗ୍ୟ, ଦେଶର ଏହି ଖ୍ୟାତନାମା କାର୍‌ କମ୍ପାନୀ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ଦୁଇ ଦିନ ପାଇଁ ନିଜର ଦୁଇଟି ପ୍ଲାଣ୍ଟ ବନ୍ଦ ରଖିବାକୁ ଯାଉଛି। ଏଥିସହ କମ୍ପାନୀର ଅନେକ କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ବାହାର କରୁଥିବା ଦେଖିବାକୁ ମିଳିଛି।

Related story