ପେଟ୍ରୋଲ୍ ୩୬ ପଇସା ଓ ଡିଜେଲ ୮୭ ପଇସା ବଢ଼ିଲା

ନୂଆଦିଲ୍ଲୀ: ତୈଳ କଂପାନୀଗୁଡ଼ିକ ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ୍ ଦର ଲିଟର ପିଛା ୩୬ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ୍ ଲିଟର ପିଛା ୮୭ ପଇସା ବଢ଼ିଛି। ନୂଆ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ।

ଏହା ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ତା’ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି ଶେଷ ଥର ପାଇଁ ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଥିଲା। ଅକ୍ଟୋବର ୧ ତାରିଖରେ ଡିଜେଲ ଦର ୫୦ ପଇସା ବଢିଥିଲା। ଆଉ ଏବେ ଡିଜେଲ ଦର ଲିଟର ପିଛା ପୁଣି ୮୭ ପଇସା ବଢ଼ା ଯାଇଛି।