ବଜାରକୁ ଆସିଲା ବଜାଜ ଚେତକ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ ଆଜି ଚେତକ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି। ଆଜି ଦିଲ୍ଲୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ବଜାଜର ପ୍ରଥମ ଇଲେକ୍ଚ୍ରି ସ୍କୁଟରର ଚେତକର ଲଞ୍ଚ କରିଛନ୍ତି। କମ୍ପାନୀ ଏହି ସ୍କୁଟରକୁ ୟୁରଭାନାଇଟ୍ ଇଭି ବ୍ରାଣ୍ଡ ଅଧିନରେ ଲଞ୍ଚ କରିଛି। ବଜାଜ ଅଟୋ କମ୍ପାନୀ ୟୁରଭାନାଇଟ ଇଭିକୁ ସହଯୋଗୀ କମ୍ପାନୀ ଭାବେ ମାନ୍ୟତା ଦେଇଛି। ଯେଉଁ ସୋ ରୁମରେ ବଜାଜର […]

gadkari chetak inaguration

Subhransu Sekhar
  • Published: Wednesday, 16 October 2019
  • , Updated: 16 October 2019, 01:49 PM IST

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ ଆଜି ଚେତକ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି। ଆଜି ଦିଲ୍ଲୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ବଜାଜର ପ୍ରଥମ ଇଲେକ୍ଚ୍ରି ସ୍କୁଟରର ଚେତକର ଲଞ୍ଚ କରିଛନ୍ତି। କମ୍ପାନୀ ଏହି ସ୍କୁଟରକୁ ୟୁରଭାନାଇଟ୍ ଇଭି ବ୍ରାଣ୍ଡ ଅଧିନରେ ଲଞ୍ଚ କରିଛି। ବଜାଜ ଅଟୋ କମ୍ପାନୀ ୟୁରଭାନାଇଟ ଇଭିକୁ ସହଯୋଗୀ କମ୍ପାନୀ ଭାବେ ମାନ୍ୟତା ଦେଇଛି। ଯେଉଁ ସୋ ରୁମରେ ବଜାଜର ମୋଟରସାଇକେଲ ବିକ୍ରି ହେଉଛି ସେହି ସୋରୁମରେ ଏହି ଗାଡ଼ି ବିକ୍ରି ହେବ ବୋଲି କମ୍ପାନୀ ଆଜି ଘୋଷଣା କରିଛି। ଏହି ଲଞ୍ଚିଂ ସମୟରେ ବଜାଜ କମ୍ପାନୀର ପ୍ରତିଷ୍ଠାତା ରାଜୀବ ବଜାଜ ଓ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ଥିଲେ। କମ୍ପାନୀ ଏହି ସ୍କୁଟର ମହାରାଷ୍ଟ୍ରର ପୁଣେରେ ତିଆରି କରୁଛି।

ଚେତକ ସ୍କୁଟର ୧୯୭୨ରେ ପ୍ରଥମଥର ପାଇଁ ବଜାରକୁ ଆସିଥିଲା। ୯୦ ଦଶକରେ ଦେଶ ବିଦେଶରେ ସବୁଠାରୁ ଅଧିକ ସଫଳତା ହାସଲ କରିଥିଲା ବଜାଜ ଚେତକ। ମୋଟର ସାଇକେଲର ଚାହିଦା ବଢ଼ିବା ପରେ କମ୍ପାନୀ ଏହି ଗାଡି ନିର୍ମାଣ ୨୦୦୬ରେ ବନ୍ଦ କରି ଦେଇଥିଲା। ଏବେ କିନ୍ତୁ ପୁଣିଥରେ ଇଲେକ୍ଟ୍ରୋନିକ୍ସ ସ୍କୁଟର ଉପରେ ଗୁରୁତ୍ୱ ଦେଇଛି।

ଏହି ସ୍କୁଟରର ଲଞ୍ଚିଂ ଅବସରରେ ଗଡ଼କରୀ କହିଛନ୍ତି ଦେଶରେ ଇଲେକ୍ଟ୍ରି ଯାନ ଭବିଷ୍ୟତ। ଦିନେ ଭାରତ ବିଶ୍ୱରେ ସବୁଠାରୁ ଅଧିକ ଇଲେକ୍ଟ୍ରି ଯାନ ବିକ୍ରି କରୁଥିବା ଦେଶ ହେବ। ଦେଶରେ ଏବେ ବ୍ୟାଟେରୀ ନିର୍ମାଣ ହେବ। ଏହାପରେ ଏହି ସ୍କୁଟର ଗୁଡ଼ିକର ଦାମ ଆହୁରି କମିଯିବ ବୋଲି ଗଡକରୀ କହିଛନ୍ତି। ସେହିପରି ନୀତି ଆୟୋଗର ସିଇଓ ମଧ୍ୟ ଏହି ସ୍କୁଟର ଆଗାମୀ ଦିନରେ ଦେଶ ବିଦେଶରେ ସଫଳତା ପାଇବ ବୋଲି ସେ କହିଛନ୍ତି।

ଏହି ସ୍କୁଟରଟି ସ୍ପୋର୍ଟି ସାଙ୍ଗକୁ ରେଟ୍ରୋ ଲୁକ୍ ରହିଛି। ଅର୍ଥାତ ବଜାରରେ ଚାଲିଥିବା ଟ୍ରେଣ୍ଡ ଅନୁସାରେ ଓ ସମସ୍ତ ବର୍ଗଙ୍କୁ ପସନ୍ଦ ଆସିଲା ଭଳି ଏହି ସ୍କୁଟରଟିକୁ ତିଆରି କରାଯାଇଛି। ସ୍କୁଟରର ଉଭୟ ଆଗ ଏବଂ ପଛ ଚକ ଟ୍ୟୁବଲେସ ଟାୟାର ସହିତ ଆଲୋଏ ହ୍ୱିଲ୍ ଏବଂ ଡିସ୍ ବ୍ରେକ୍ ରହିଛି। ଚାଳକଙ୍କ ସୁରକ୍ଷା ପାଇଁ ସ୍କୁଟରରେ ଇଣ୍ଟିଗ୍ରେଟେଡ ବ୍ରେକିଂ ସିଷ୍ଟମ (ଆଇବିଏସ) ରହିଛି। କମ୍ପାନୀ ତରଫରୁ ବ୍ୟାଟେରୀର କ୍ଷମତା ବାବଦରେ ଘୋଷଣା କରାଯାଇ ନାହିଁ। ହେଲେ ମିଡିଆ ରିପୋର୍ଟ ଅନୁଯାୟୀ ଏହି ସ୍କୁଟରର ବ୍ୟାଟେରୀ ଚାର୍ଜ ହେବା ପାଇଁ ୬ ଘଣ୍ଚା ସମୟ ଲାଗିବ। ଥରେ ଚାର୍ଜ ହେଲେ ୮୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ। ବଜାଜ ଏହି ସ୍କୁଟରର ଦାମ ବାବଦରେ କୌଣସି ଘୋଷଣା କରି ନାହିଁ। ହେଲେ ୬୦ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ହିରୋ ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଭଳି ସ୍କୁଟର ବଜାରକୁ ଛାଡ଼ି ସାରିଛନ୍ତି।

 

https://youtu.be/WTI0cA1zhwg

Related story