ବାଲେଶ୍ୱର: ବିମୁଦ୍ରାକରଣର ପ୍ରଭାବ ଜମି କିଣାବିକା ଉପରେ ପଡ଼ିଛି। ଦେଢ଼ ମାସରେ ବାଲେଶ୍ୱର ଜିଲ୍ଲାରେ ଦେଢ କୋଟି ଓ ଭୁବନେଶ୍ୱରରେ ୩୫ ପ୍ରତିଶତରୁ ଅଧିକ ରାଜସ୍ୱହାନୀ ଘଟିଛି।
କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଯୋଗୁଁ ବାଲେଶ୍ୱର ଜମି କିଣାବିକା କମିଛି। ରେଜିଷ୍ଟ୍ରାର ଅଫିସ୍ ଖାଁଖାଁ ଦେଖାଯାଉଛି। ଆଗପରି ଆଉ ଗହଳି ଦେଖିବାକୁ ମିଳୁନି। ଜିଲ୍ଲାରେ ଥିବା ୯ଟି ସବ୍ରେଜିଷ୍ଟ୍ରାର ଅଫଇସ୍ରେ ମଧ୍ୟ ସମାନ ସ୍ଥିତି। ଗତବର୍ଷ ନଭେମ୍ୱର ୮ରୁ ଡିସେମ୍ୱର ୨୦ ମଧ୍ୟରେ ବାଲେଶ୍ୱରରେ ୨,୫୩୧ଟି ଜମି କିଣାବିକା ହୋଇଥିଲା। ଏଥିରୁ ୪କୋଟି ୫୦ ଲକ୍ଷ ୨୮ ହଜାର ଟଙ୍କାର ରାଜସ୍ୱ ମିଳିଥିଲା। ଚଳିତବର୍ଷ ବିମୁଦ୍ରାକରଣ ଯୋଗୁଁ ନଭେମ୍ୱର୮ରୁ ଡିସେମ୍ୱର ୨୦ ମଧ୍ୟରେ ୧୫୨୩ ଟି ଜମି କିଣାଯାଇ ରାଜସ୍ୱ ବାବଦକୁ ୩ କୋଟି ଏକ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ଫଳରେ ଚଳିତ ବର୍ଷ ଦେଢ଼ କୋଟି ଟଙ୍କା ରାଜସ୍ୱହାନୀ ଘଟିଛି।
ରାଜଧାନୀ ଭୁବନେଶ୍ୱର ସବ୍ରେଜିଷ୍ଟ୍ରାର ଅଫିସ୍ରେ ମଧ୍ୟ ସମାନ ସ୍ଥିତି। ବିମୁଦ୍ରାକରଣ ପରେ ଜମି କିଣାବିକା ବହୁ କମିଛି। ରାଜସ୍ୱ ଆୟ ୩୫ରୁ ୪୫ ପ୍ରତିଶତ କମିଛି। ମୋହରୀମାନେ ହାତ ବାନ୍ଧି ବସିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।