ବଜାରକୁ ଆସିଲା ଆସସ୍ କମ୍ପାନୀର ସ୍ମାର୍ଟ ଫୋନ୍ ‘ଜେନଫୋନ୍-୨ ଲେଜର’

ନୂଆଦିଲ୍ଲୀ: ଭାରତୀୟ ଇ-କମର୍ସ ବଜାରକୁ ପ୍ରବେଶ କରିଛି ଆସସ୍ କମ୍ପାନୀର ସ୍ମାର୍ଟ ଫୋନ୍ ‘ଜେନ୍ ଫୋନ୍ ୨ ଲେଜର’ (ZEN601HL)। ଏହି ସ୍କାର୍ଟଫୋନ୍ ରବିବାରରୁ କେବଳ ଇ-କମର୍ସ ସାଇଟ ଆମାଜନ୍, ଫ୍ଲିପକାର୍ଟ ଓ ସ୍ନାପଡିଲରେ ଉପଲବ୍ଧ ହେଉଛି। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଏହି ଫୋନ୍ ରେଡ୍, ସିଲଭର ଓ ଗୋଲ୍ଡ କଲରରେ ଅଫଲାଇନରେ ଉପଲବ୍ଧ ହେବ। ଆସସ୍ ଜେନଫୋନ୍ ୨ ଲେଜର ସ୍ମାର୍ଟଫୋନରେ 1080×1920 ମେଗା ପିକ୍ସେଲ୍ ଓ ୬ଇଞ୍ଚ ଫୁଲ୍ ଏଚଡି ସ୍କ୍ରିନ୍ ଥିବା ବେଳେ […]

asus-zenfone-2-laser-ze601kl-2-624x351.jpg

Rakesh Mallick
  • Published: Sunday, 06 December 2015
  • , Updated: 07 December 2015, 03:26 AM IST

ନୂଆଦିଲ୍ଲୀ: ଭାରତୀୟ ଇ-କମର୍ସ ବଜାରକୁ ପ୍ରବେଶ କରିଛି ଆସସ୍ କମ୍ପାନୀର ସ୍ମାର୍ଟ ଫୋନ୍ ‘ଜେନ୍ ଫୋନ୍ ୨ ଲେଜର’ (ZEN601HL)। ଏହି ସ୍କାର୍ଟଫୋନ୍ ରବିବାରରୁ କେବଳ ଇ-କମର୍ସ ସାଇଟ ଆମାଜନ୍, ଫ୍ଲିପକାର୍ଟ ଓ ସ୍ନାପଡିଲରେ ଉପଲବ୍ଧ ହେଉଛି। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଏହି ଫୋନ୍ ରେଡ୍, ସିଲଭର ଓ ଗୋଲ୍ଡ କଲରରେ ଅଫଲାଇନରେ ଉପଲବ୍ଧ ହେବ।

ଆସସ୍ ଜେନଫୋନ୍ ୨ ଲେଜର ସ୍ମାର୍ଟଫୋନରେ 1080x1920 ମେଗା ପିକ୍ସେଲ୍ ଓ ୬ଇଞ୍ଚ ଫୁଲ୍ ଏଚଡି ସ୍କ୍ରିନ୍ ଥିବା ବେଳେ 3GB RAM ସହିତ 64-bit Octa-core Qualcomm Snapdragon 616 ଫ୍ରୋସେସର ରହିଛି। ଏହି ସ୍ମାର୍ଟଫୋନରେ 16GB ଇଣ୍ଟରନାଲ ଷ୍ଟୋରେଜ୍ ରହିଛି। ଏହା 128GBକୁ ଏକ୍ସପାଣ୍ଡେବଲ ହୋଇପାରିବ। ଏହି ଫୋନରେ 13MP rear Camera ଓ 5MP Front faceing camera ରହିଛି। ଏଥିରେ Android 5.0 lollipop ସପ୍ଟଓୟାର ରହିଛି। ଏହାସହ ବହୁ ଅତ୍ୟାଧୁନିକ ସୁବିଧା ଯଥା- Wi-Fi, GPS/A-GPS, Glonass, GPRS/EDGE, 3G, ମାଇକ୍ରୋ-ୟୁଏସବି ଓ A3000 mAh Li-Polimer ରିମୋଭବଲ୍ ବ୍ୟାଟେରୀ ରହିଛି।

ଏହାର ବଜାର ଦର ପାଖାପାଖି ୧୭ହଜାର ୯୯୯ଟଙ୍କା ରହିଛି।

Related story