ବଜାରକୁ ଆସିବ ଏୟାରଟେଲର ଚାରି ହଜାର ଟଙ୍କିଆ ଫୋର୍-ଜି ମୋବାଇଲ୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ୪ଜି ସେବାକୁ ନିଜ ଅକ୍ତିଆରକୁ ନେବାକୁ କିଛି ଦିନ ତଳେ କମ୍ ମୂଲ୍ୟର ହ୍ୟାଣ୍ଡସେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଥିଲା। ହେଲେ ଏବେ ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଆଗେଇ ଆସିଛି ଭାରତୀ ଏୟାରଟେଲ୍। ରିଲାଏନ୍ସ ପରି ଏହା ମଧ୍ୟ କମ୍ ମୂଲ୍ୟର ୪ଜି ହ୍ୟାଣ୍ଡସେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଛି। ଏୟାରଟେଲ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନ୍ ମାତ୍ର ୪୦୦୦ ଟଙ୍କାରେ ଉପଲବ୍ଧ ହେବ। ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ସୁଦ୍ଧା ଏହି ଫୋନକୁ […]

4gairtel

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 02:43 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ୪ଜି ସେବାକୁ ନିଜ ଅକ୍ତିଆରକୁ ନେବାକୁ କିଛି ଦିନ ତଳେ କମ୍ ମୂଲ୍ୟର ହ୍ୟାଣ୍ଡସେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଥିଲା। ହେଲେ ଏବେ ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଆଗେଇ ଆସିଛି ଭାରତୀ ଏୟାରଟେଲ୍। ରିଲାଏନ୍ସ ପରି ଏହା ମଧ୍ୟ କମ୍ ମୂଲ୍ୟର ୪ଜି ହ୍ୟାଣ୍ଡସେଟ୍ ବଜାରକୁ ଛାଡ଼ିବାକୁ ଘୋଷଣା କରିଛି। ଏୟାରଟେଲ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନ୍ ମାତ୍ର ୪୦୦୦ ଟଙ୍କାରେ ଉପଲବ୍ଧ ହେବ। ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ସୁଦ୍ଧା ଏହି ଫୋନକୁ ବଜାରକୁ ଛାଡ଼ିବାକୁ ଏୟାରଟେଲ୍ ଲକ୍ଷ୍ୟ ରଖିଛି। କଂପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହି ୪ଜି ହ୍ୟାଣ୍ଡସେଟଗୁଡ଼ିକ ଡୁଆଲ୍ ମୋଡର ହେବ ଓ ଏହାର ଦାମ୍ ୪୦୦୦ ଟଙ୍କରୁ ୧୨,୦୦୦ ଟଙ୍କା ରହିବ। ତେବେ ଏହି ହ୍ୟାଣ୍ଡସେଟଗୁଡ଼ିକ କେବଳ ଏୟାରଟେଲ୍ ବ୍ରାଣ୍ଡର ହେବ ନା କୌଣସି ଯୁଗ୍ମ-ବ୍ରାଣ୍ଡ ରହିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଏୟାରଟେଲ ପକ୍ଷରୁ ଏନେଇ ଚୀନର କିଛି ଭେଣ୍ଡରଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ଭାରତରେ ମୋବାଲ୍ ଉତ୍ପାଦନ କଂପାନୀ ପ୍ରତିଷ୍ଠା କରିଥିବା ତାଇୱାନର ଫକ୍ସକୋନ୍ ସହିତ ବି ଆଲୋଚନା ଚାଲିଛି। ତେବେ ଏସଂପର୍କରେ ଏୟାରଟେଲ ଓ ଫକ୍ସକୋନ ପକ୍ଷରୁ କିଛି କୁହାଯାଇନାହିଁ। ଏୟାରଟେଲ୍ ପକ୍ଷରୁ ପର୍ଯ୍ୟାୟକ୍ରମେ ସାରା ଦେଶରେ ୪ଜି ସେବା ଆରମ୍ଭ କରାଯାଇଛି।

ଏହା ପୂର୍ବରୁ ଆରଆଇଏଲର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କଂପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଥିଲେ ଯେ ରିଲାଏନ୍ସ ଜିଓ ଇନଫୋକମର ଉଦ୍ୟମ ଯୋଗୁ ଭାରତ ୪୦୦୦ରୁ କମ୍ ଟଙ୍କାରେ ୪ଜି ମୋବାଇଲ ଫୋନ୍ ପାଇବାକୁ ଯାଉଛି।

ଦ୍ୱିତୀୟ ଥର ପାଇଁ ରିଲାଏନ୍ସ ଟଲିକମ୍ କ୍ଷେତ୍ରରେ ଏଭଳି ପଦକ୍ଷେପ ନେବାକୁ ଯାଉଛି। ଏହା ପୂର୍ବରୁ ୨୦୦୩ରେ କଂପାନୀ ୫୦୦ ଟଙ୍କିଆ ମୋବାଇଲ୍ ଫୋନ୍ ବଜାରକୁ ଛାଡ଼ି ଥିଲା। ଏହା ଭଲ ବିକ୍ରି ମଧ୍ୟ ହୋଇଥିଲା।

Related story