ଭୁବନେଶ୍ୱର: ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ୧୮ରୁ ଊର୍ଦ୍ଧ୍ୱ ବଡ଼ ପ୍ରକଳ୍ପ ଉପରେ ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮ରୁ ଊର୍ଦ୍ଧ୍ୱ ବଡ଼ ବଡ଼ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି। ଶିଳ୍ପଗୁଡ଼ିକ ପାଇଁ ଜଳ ଯୋଗାଣ, ପରିବେଶ ମଞ୍ଜୁରୀ, ଜମି ଅଧିଗ୍ରହଣ ଆଦି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଜଙ୍ଗଲ ଓ ପରିବେଶ, ଶିଳ୍ପ ଓ ଖଣିମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଅନ୍ୟପକ୍ଷେ ରାଜ୍ୟରେ ପୁଞ୍ଜିବିନିଯୋଗ ପାଇଁ ଶିଳ୍ପଗୁଡ଼ିକ […]

sachibalaya

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 09:40 AM IST

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮ରୁ ଊର୍ଦ୍ଧ୍ୱ ବଡ଼ ବଡ଼ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି। ଶିଳ୍ପଗୁଡ଼ିକ ପାଇଁ ଜଳ ଯୋଗାଣ, ପରିବେଶ ମଞ୍ଜୁରୀ, ଜମି ଅଧିଗ୍ରହଣ ଆଦି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଜଙ୍ଗଲ ଓ ପରିବେଶ, ଶିଳ୍ପ ଓ ଖଣିମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ଅନ୍ୟପକ୍ଷେ ରାଜ୍ୟରେ ପୁଞ୍ଜିବିନିଯୋଗ ପାଇଁ ଶିଳ୍ପଗୁଡ଼ିକ ପଛଘୁଞ୍ଚା ଦେଉଛନ୍ତି। ଫଳରେ ଅଂଶୀଦାର ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ଭୁବନେଶ୍ୱର ଇଡକୋ ଟାୱାରରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅଂଶୀଦାରମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳରେ ତାମିଲନାଡୁ କମ୍ପାନୀ ଧରଣୀ ସୁଗାରକୁ ରାଜ୍ୟ ସରକାରଙ୍କ ତରଫରୁ ୨୧୭ ଏକର ଜମି ଯୋଗାଇ ଦିଆଯାଇଥିଲା। ଏବେ କମ୍ପାନୀ ଜମି ଫେରାଇଦେବା ପରେ ଏହାର ସ୍ଥିତି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

Related story