ବ୍ରହ୍ମପୁର: ବିସ୍ଥାପିତ ପରିବାରଙ୍କୁ ନୂତନ ପ୍ୟାକେଜରେ କ୍ଷତିପୂରଣ ଦେଲା ଟାଟା ଷ୍ଟିଲ୍

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଶନିବାର ଟାଟା ଷ୍ଟିଲ୍ ପକ୍ଷରୁ ବିସ୍ଥାପିତ ପରିବାରଙ୍କୁ ନୂତନ ପ୍ୟାକେଜ୍ ପ୍ରକାରେ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ କରିଥିଲେ।  ସମସ୍ତ ବିସ୍ଥାପିତଙ୍କୁ ଏହି ନୂତନ ପ୍ୟାକେଜ ପ୍ରଦାନ ପାଇଁ ପଦକ୍ଷପ ନିଆଯିବ ଓ ଏଣିକି ପ୍ରକଳ୍ପ କାମ ଆଗେଇ ଯିବ ବୋଲି ଟାଟା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କହିଛନ୍ତି। ଟାଟା ପ୍ରକଳ୍ପ ପାଇଁ […]

berhampur-tata project

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 11:48 AM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଶନିବାର ଟାଟା ଷ୍ଟିଲ୍ ପକ୍ଷରୁ ବିସ୍ଥାପିତ ପରିବାରଙ୍କୁ ନୂତନ ପ୍ୟାକେଜ୍ ପ୍ରକାରେ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ କରିଥିଲେ।  ସମସ୍ତ ବିସ୍ଥାପିତଙ୍କୁ ଏହି ନୂତନ ପ୍ୟାକେଜ ପ୍ରଦାନ ପାଇଁ ପଦକ୍ଷପ ନିଆଯିବ ଓ ଏଣିକି ପ୍ରକଳ୍ପ କାମ ଆଗେଇ ଯିବ ବୋଲି ଟାଟା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କହିଛନ୍ତି।

ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକର ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ନୂତନ ପ୍ୟାକେଜ୍ ଟାଟା ପକ୍ଷରୁ ଶନିବାର ଛତ୍ରପୁର ଠାରେ ପ୍ରଦାନ କରାଯାଇଛି। ପ୍ରକଳ୍ପ ପାଇଁ ପୂର୍ବରୁ ବିସ୍ଥାପିତ ହୋଇଥିବା ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ୩୦ଜଣ ହିତାଧିକାରୀଙ୍କୁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ପୂର୍ବରୁ ୫୦ଜଣ ହିତାଧିକାରୀଙ୍କୁ ପ୍ରାୟ ୪ କୋଟି ଟଙ୍କା ପ୍ରଦାନ ସରିଛି। ନୂତନ ପ୍ୟାକେଜ ପ୍ରକାରେ ଜମି ହରାଇଥିବା ବିସ୍ଥାପିତଙ୍କୁ ଏକର ପିଛା ୫ଲକ୍ଷ , ସଂପ୍ରସାରିତ ପରିବାରଙ୍କୁ ୫ଲକ୍ଷ , ନୂତନ ସଂପ୍ରସାରିତ ପରିବାରଙ୍କୁ ୮ ଲକ୍ଷ , ଚାକିରି ବାବଦରେ ୭ ଲକ୍ଷ ଏବଂ କୋର୍ ଫେମିଲିକୁ ୨ ବର୍ଷ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଅଧିକା ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏଥି ପାଇଁ ସମୁଦାୟ ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଗୋପାଳପୁର ପ୍ରକଳ୍ପ ମୁଖ୍ୟ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା  ଫେରୋକ୍ରମ ପ୍ରକଳ୍ପ ଓ ଏସିଜେଡ୍ ଆରମ୍ଭ ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିବ।

Related story