ଭଲ ନିବେଶ ଆଣିବ ଭଲ ଦିନ: ଆରବିଆଇ ଗଭର୍ଣ୍ଣର

ମୁମ୍ବାଇ: ଦେଶରେ ଭଲ ଦିନ କେବଳ ଭଲ ନିବେଶ ଦ୍ୱାରା ହିଁ ଆସି ପାରିବ। ଏ କଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ। ସେ କହିଛନ୍ତି, ଗତ ଏକ ବର୍ଷରେ ଦେଶରେ ନିବେଶର ଆଶା ବଢ଼ିଛି। ସେହିଭଳି ଅଟକି ରହୁଥିବା ପ୍ରକଳ୍ପଗୁଡ଼ିକର ସଂଖ୍ୟାରେ ବି ହ୍ରାସ ହୋଇଛି। ଫଳରେ ନିବେଶ ନେଇ ଦେଶର ମାହୋଲ ବଦଳୁଛି। ତେବେ ଭଲ ଦିନ ପାଇଁ ବାସ୍ତବିକ ନିବେଶ ବହୁତ ଜରୁରୀ। ରାଜନ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷ […]

raghurajan

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 12:38 PM IST

ମୁମ୍ବାଇ: ଦେଶରେ ଭଲ ଦିନ କେବଳ ଭଲ ନିବେଶ ଦ୍ୱାରା ହିଁ ଆସି ପାରିବ। ଏ କଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ। ସେ କହିଛନ୍ତି, ଗତ ଏକ ବର୍ଷରେ ଦେଶରେ ନିବେଶର ଆଶା ବଢ଼ିଛି। ସେହିଭଳି ଅଟକି ରହୁଥିବା ପ୍ରକଳ୍ପଗୁଡ଼ିକର ସଂଖ୍ୟାରେ ବି ହ୍ରାସ ହୋଇଛି। ଫଳରେ ନିବେଶ ନେଇ ଦେଶର ମାହୋଲ ବଦଳୁଛି। ତେବେ ଭଲ ଦିନ ପାଇଁ ବାସ୍ତବିକ ନିବେଶ ବହୁତ ଜରୁରୀ।
ରାଜନ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷ ମୌସୁମୀ ବାୟୁ ଦୁର୍ବଳ ରହିବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଛି ତାହା ଦେଶ ସମ୍ମୁଖରେ ଏକ ଚାଲେଞ୍ଜ ସୃଷ୍ଟି କରିଛି। ବର୍ଷା ଭଲ ନହେଲେ ଦରଦାମ୍ ବଢ଼ିବାର ଆଶଙ୍କା ରହିଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବଢ଼ିଲେ ମଧ୍ୟ ସଂକଟ ଦେଖାଦେବ।

ସେ କହିଛନ୍ତି ଯେ ଗତବର୍ଷ ବି ଦେଶରେ କମ୍ ବର୍ଷା ହୋଇଥିଲା। ଏହା ସତ୍ୱେ ସରକାର ଦରଦାମକୁ ନିୟନ୍ତ୍ରଣରେ ରଖିବାର ସଫଳତା ପାଇଥିଲେ।

Related story