ଭାରତୀୟ ରେଳବାଇକୁ ଡିଜେଲ ବିକିଲା ରିଲାଏନ୍ସ

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଡିଜେଲ ବିକ୍ରି କରିବା ଆରମ୍ଭ କରିଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍। ୧୦ ବର୍ଷ ବା ପ୍ରାୟ ଏକ ଦଶନ୍ଧି ପରେ ରିଲାଏନ୍ସ ଭାରତୀୟ ରେଳବାଇକୁ ଡିଜେଲ ବିକ୍ରି କରିବା ଆରମ୍ଭ କରିଛି। ବୁଧବାର ରିଲାଏନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଂପାନୀ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ରେଳକୁ କମ୍ ପରିମାଣର ଡିଜେଲ ବିକ୍ରି କରାଯାଉଛି। ଭାରତୀୟ ରେଳବାଇ ହେଉଛି ଦେଶର ସବୁଠୁ ବଡ଼ ଡିଜେଲ ଗ୍ରାହକ। ବର୍ଷକୁ ଏହା […]

railway

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 04:40 PM IST

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଡିଜେଲ ବିକ୍ରି କରିବା ଆରମ୍ଭ କରିଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍। ୧୦ ବର୍ଷ ବା ପ୍ରାୟ ଏକ ଦଶନ୍ଧି ପରେ ରିଲାଏନ୍ସ ଭାରତୀୟ ରେଳବାଇକୁ ଡିଜେଲ ବିକ୍ରି କରିବା ଆରମ୍ଭ କରିଛି। ବୁଧବାର ରିଲାଏନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଂପାନୀ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ରେଳକୁ କମ୍ ପରିମାଣର ଡିଜେଲ ବିକ୍ରି କରାଯାଉଛି।

ଭାରତୀୟ ରେଳବାଇ ହେଉଛି ଦେଶର ସବୁଠୁ ବଡ଼ ଡିଜେଲ ଗ୍ରାହକ। ବର୍ଷକୁ ଏହା ୨.୫ ନିୟୁତ ଟନ୍ ଡିଜେଲ ଖର୍ଚ୍ଚ କରି ଥାଏ। ଗତବର୍ଷ ପର୍ଯ୍ୟନ୍ତ ଏହା କେବଳ ସରକାରଙ୍କ ଦ୍ୱାରା ପରିଚାଳିତ ତୈଳ କଂପାନୀଗୁଡ଼ିକରୁ ବଜାର ଦରଠାରୁ କମରେ ଡିଜେଲ କିଣୁ ଥିଲା।

ଗତ ବର୍ଷ ଅକ୍ଟୋବରରେ ସରକାର ଡିଜେଲକୁ ନିୟନ୍ତ୍ରଣ ମୁକ୍ତ କରି ଦେଇଥିଲେ। ସେଥିପାଇଁ ରିଲାଏନ୍ସ ପୁଣି ଥରେ ଭାରତୀୟ ରେଳବାଇକୁ ଡିଜେଲ ବିକ୍ରି କରିବା ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୦୦୫-୦୬ରେ ରିଲାଏନ୍ସ ଭାରତୀୟ ରେଳକୁ କେତେ ପରିମାଣର ଡିଜେଲ ବିକ୍ରି କରିଥିଲା ତାହା ଜଣାପଡ଼ି ନାହିଁ। ଏନେଇ କଂପାନୀ ପକ୍ଷରୁ ମଧ୍ୟ କିଛି କୁହାଯାଇ ନାହିଁ।

Related story