ଭୁବନେଶ୍ୱର:ଏସବିଆଇର ଇ-କର୍ଣ୍ଣର ଲୋକାର୍ପିତ

ଭୁବନେଶ୍ୱର:ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଉଦଘାଟିତ ହୋଇଯାଇଛି ଏସବିଆଇର ଇ-କର୍ଣ୍ଣର। ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂ ଏହାକୁ ଉଦଘାଟନ କରିଛନ୍ତି। ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ପକ୍ଷରୁ ଇ କର୍ଣ୍ଣର ଖୋଲାଯାଇଛି ବୋଲି ଏସବିଆଇ ଭୁବନେଶ୍ୱର ସର୍କଲର ସିଜିଏମ୍ ବି.ବେଣୁ ଗୋପାଳ ରେଡ୍ଡୀ ସୂଚନା ଦେଇଛନ୍ତି। ଏଥିରେ ଦୁଇଟି ଏଟିଏମ୍ ମେସିନ୍, କ୍ୟାସ୍ ଡିପୋଜିଟ୍ ମେସିନ୍ ଓ ସେଲ୍ ସର୍ଭିସ୍ କିଓସ୍କ ମେସିନର ସୁବିଧା ରହିଛି। ଫଳରେ ସାଧାରଣ ଗ୍ରାହକ ପାସ୍ ବୁକ୍ ଅପଡେଟ୍ […]

sbi

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 01:02 PM IST

ଭୁବନେଶ୍ୱର:ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଉଦଘାଟିତ ହୋଇଯାଇଛି ଏସବିଆଇର ଇ-କର୍ଣ୍ଣର। ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂ ଏହାକୁ ଉଦଘାଟନ କରିଛନ୍ତି। ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ପକ୍ଷରୁ ଇ କର୍ଣ୍ଣର ଖୋଲାଯାଇଛି ବୋଲି ଏସବିଆଇ ଭୁବନେଶ୍ୱର ସର୍କଲର ସିଜିଏମ୍ ବି.ବେଣୁ ଗୋପାଳ ରେଡ୍ଡୀ ସୂଚନା ଦେଇଛନ୍ତି। ଏଥିରେ ଦୁଇଟି ଏଟିଏମ୍ ମେସିନ୍, କ୍ୟାସ୍ ଡିପୋଜିଟ୍ ମେସିନ୍ ଓ ସେଲ୍ ସର୍ଭିସ୍ କିଓସ୍କ ମେସିନର ସୁବିଧା ରହିଛି। ଫଳରେ ସାଧାରଣ ଗ୍ରାହକ ପାସ୍ ବୁକ୍ ଅପଡେଟ୍ ଠାରୁ ଆରମ୍ଭ କରି କ୍ୟାସ୍ ଡିପୋଜିଟ୍ ଓ ଟଙ୍କା ଉଠାଇପାରିବେ। ଗ୍ରାହକଙ୍କ ସୁରକ୍ଷା ଲାଗି ଏଠାରେ ୨୪ଘଣ୍ଟା ସୁରକ୍ଷା କର୍ମୀ ମୁତୟନ ରହିବେ  ସେ କହିଛନ୍ତି।

Related story