ବିଳାସପୂର୍ଣ୍ଣ କାର୍ ଓ ତମାଖୁ ଉପରେ ସର୍ବାଧିକ ଟିକସ ଲାଗୁ ପାଇଁ ସୁପାରିଶ

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍ ଓ ତମାଖୁ ଜାତୀୟ ଉତ୍ପାଦ ଉପରେ ସର୍ବାଧିକ ଟିକସ ଲାଗୁ ପାଇଁ ସୁପାରିଶ କରିଛି ସରକାରଙ୍କ ଦ୍ୱାରା ଗଠିତ ଜିଏସଟି କମିଟି । କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ନିଜ ରିପୋର୍ଟରେ ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ଟ୍ୟାକ୍ସ ୧୨ରୁ ୪୦ପ୍ରତିଶତ ମଧ୍ୟରେ ରଖିବା ପାଇଁ ସୁପାରିଶ କରିଛି। ସେହିପରି ଷ୍ଟାଣ୍ଡାର୍ଡ ରେଟ୍ ୧୭ରୁ ୧୮ ପ୍ରତିଶତ ରଖିବାକୁ ସୁପାରିଶ କରିଛି […]

Arvind_Subrahmaniyam-4

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 05:06 AM IST

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍ ଓ ତମାଖୁ ଜାତୀୟ ଉତ୍ପାଦ ଉପରେ ସର୍ବାଧିକ ଟିକସ ଲାଗୁ ପାଇଁ ସୁପାରିଶ କରିଛି ସରକାରଙ୍କ ଦ୍ୱାରା ଗଠିତ ଜିଏସଟି କମିଟି । କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ନିଜ ରିପୋର୍ଟରେ ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ଟ୍ୟାକ୍ସ ୧୨ରୁ ୪୦ପ୍ରତିଶତ ମଧ୍ୟରେ ରଖିବା ପାଇଁ ସୁପାରିଶ କରିଛି। ସେହିପରି ଷ୍ଟାଣ୍ଡାର୍ଡ ରେଟ୍ ୧୭ରୁ ୧୮ ପ୍ରତିଶତ ରଖିବାକୁ ସୁପାରିଶ କରିଛି କମିଟି। ଜିଏସଟି କମିଟି ତାର ରିପୋର୍ଟ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ପ୍ରଦାନ କରିଛି। ଜିଏସଟି ହାରକୁ ସମ୍ୱିଧାନ ସଂଶୋଧନ ବିଲରେ ଉଲ୍ଲେଖ ନ କରିବାକୁ କମିଟି ପ୍ରସ୍ତାବ ଦେଇଛି । ସେହିପରି ଆନ୍ତଃ ରାଜ୍ୟ ସାମଗ୍ରୀ ପରିବହନ କ୍ଷେତ୍ରରେ ବିବାଦୀୟ ୧ ପ୍ରତିଶତ ଅତିରିକ୍ତ ଟିକସ ଲାଗୁ ପାଇଁ ରହିଥିବା ପ୍ରସ୍ତାବକୁ ଉଚ୍ଛେଦ କରିବାକୁ କମିଟି କହିଛି। ଏହି ପ୍ରସ୍ତାବକୁ କଂଗ୍ରେସ ମଧ୍ୟ ବିରୋଧ କରି ଆସୁଛି।

Related story