ବିଶ୍ୱବଜାରକୁ ଦେଖି ନୂଆ ଯୋଜନା ବନାଇବ ନାଲକୋ

ଭୁବନେଶ୍ୱର: ବିଶ୍ୱ ବଜାରରେ ଆଲୁମିନିୟମ୍ ଦର ହ୍ରାସ ପାଇଥିବାରୁ ବଜାରକୁ ଦେଖି ବ୍ୟବସାୟ ପାଇଁ ନୂଆ ଯୋଜନା ବନାଇବ ନାଲକୋ। ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଏହି ସୂଚନା ଦେଇଛନ୍ତି। ନାଲକୋର ନୂଆ ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ତପନ କୁମାର ଚାନ୍ଦ। ଏହାପୂର୍ବରୁ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ କମର୍ସିଆଲ୍ ଡାଇରେକ୍ଟର ଭାବେ କାର୍ଯ୍ୟରତ ତପନ କୁମାର ନାଲକୋର ଅଭିବୃଦ୍ଧି ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କମ୍ପାନୀର ସୁପରିଚାଳନା, […]

nalco cmd

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 02:26 PM IST

ଭୁବନେଶ୍ୱର: ବିଶ୍ୱ ବଜାରରେ ଆଲୁମିନିୟମ୍ ଦର ହ୍ରାସ ପାଇଥିବାରୁ ବଜାରକୁ ଦେଖି ବ୍ୟବସାୟ ପାଇଁ ନୂଆ ଯୋଜନା ବନାଇବ ନାଲକୋ। ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଏହି ସୂଚନା ଦେଇଛନ୍ତି। ନାଲକୋର ନୂଆ ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ତପନ କୁମାର ଚାନ୍ଦ। ଏହାପୂର୍ବରୁ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ କମର୍ସିଆଲ୍ ଡାଇରେକ୍ଟର ଭାବେ କାର୍ଯ୍ୟରତ ତପନ କୁମାର ନାଲକୋର ଅଭିବୃଦ୍ଧି ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କମ୍ପାନୀର ସୁପରିଚାଳନା, ଗୋଷ୍ଠୀ କଲ୍ୟାଣ ତଥା କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ତପନଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକରେ ଟପ୍ପର ହୋଇ ଗୋଲ୍ଡ ମେଡାଲ ପାଇବା ସହ ଛାତ୍ର ସଂସଦର ସଭାପତି ମଧ୍ୟ ଥିଲେ।

Related story