ବିନା ନେଟ୍‌ୱର୍କରେ ଇଣ୍ଟରନେଟ୍‌ ପାଇଁ ୪ଜି ପ୍ଲସ୍ ଆଣିଲା ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ଶସ୍ତା ପ୍ୟାକ୍‌ରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ର ପୁରା ଫାଇଦା ପାଇଁ ନୂଆ ସ୍କିମ୍‌ ଘୋଷଣା କରିଛି ବିଏସ୍‌ଏନ୍‌ଏଲ୍‌। ଏହି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ କମ୍ପାନୀର ଏହି ନୂଆ ସେବା ୪ଜି ପ୍ଲସ୍‌ ରୂପେ ପରିଚିତ ହେବ। ଏହି ପ୍ଲାନ୍‌ରେ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଏସ୍‌ଏନ୍‌ଏଲ୍‌ ୱାଇଫାଇ ହଟ୍‌ସ୍ପଟ୍‌ର ବ୍ୟବହାର କରି ଉପଭୋକ୍ତା ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ। ଆଉ ହଁ ସେଥିପାଇଁ ଆପଣଙ୍କ ମୋବାଇଲରେ ନେଟ୍‌ୱର୍କ ଦରକାର ପଡ଼ିବନି। ଏପରିକି ୩ଜି […]

bsnl

Subrat Kumar Nayak
  • Published: Friday, 07 June 2019
  • , Updated: 07 June 2019, 08:13 PM IST

ନୂଆଦିଲ୍ଲୀ: ଶସ୍ତା ପ୍ୟାକ୍‌ରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ର ପୁରା ଫାଇଦା ପାଇଁ ନୂଆ ସ୍କିମ୍‌ ଘୋଷଣା କରିଛି ବିଏସ୍‌ଏନ୍‌ଏଲ୍‌। ଏହି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ କମ୍ପାନୀର ଏହି ନୂଆ ସେବା ୪ଜି ପ୍ଲସ୍‌ ରୂପେ ପରିଚିତ ହେବ। ଏହି ପ୍ଲାନ୍‌ରେ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଏସ୍‌ଏନ୍‌ଏଲ୍‌ ୱାଇଫାଇ ହଟ୍‌ସ୍ପଟ୍‌ର ବ୍ୟବହାର କରି ଉପଭୋକ୍ତା ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ।

ଆଉ ହଁ ସେଥିପାଇଁ ଆପଣଙ୍କ ମୋବାଇଲରେ ନେଟ୍‌ୱର୍କ ଦରକାର ପଡ଼ିବନି। ଏପରିକି ୩ଜି ମୋବାଇଲ ବ୍ୟବହାର କରୁଥିଲେ ମଧ୍ୟ ୪ଜି ସ୍ପିଡ୍‌ରେ ଇଣ୍ଟରନେଟ୍‌ର ଫାଇଦା ନେଇପାରିବେ। ଏ ସମ୍ବନ୍ଧିତ ସ୍ପଷ୍ଟ ତଥ୍ୟ କମ୍ପାନୀ ନିଜ ୱେବସାଇଟ୍‌ରେ ମଧ୍ୟ ଅପ୍‌ଲୋଡ୍‌ କରିଛି।

ବିଏସ୍‌ଏନ୍‌ଏଲ୍‌ ୪ଜି ପ୍ଲସ୍‌ ସୁବିଧା ଦୁଇ ପ୍ରକାରର। ଗୋଟିଏ ଏକ୍ସଟେନ୍‌ସିବଲ ଅଥେଣ୍ଟିକେସନ୍‌ ପ୍ରୋଟୋକଲ (ଇଏପି) ଏବଂ ଅନ୍ୟଟି ନନ୍‌ଇଏପି। ଇଏପି ବ୍ୟବସ୍ଥା ପାଇଁ ଆପଣଙ୍କ ମୋବାଇଲରେ ୱାଇଫାଇ ଅନ୍‌ କରିବାକୁ ହେବ। ଏହାପରେ ବିଏସ୍‌ଏନ୍‌ଏଲ୍‌ ୪ଜି ପ୍ଲସ୍‌ ଏସ୍‌ଏସ୍‌ଆଇଡି ବିକଳ୍ପ ବାଛିବାକୁ ହେବ। ଏହାପରେ ଅଥେଣ୍ଟିକେସନ୍‌ ପାଇଁ ଇଏପିକୁ ସିଲେକ୍ଟ କରିବାକୁ ହେବ। ଏହାପରେ ବିଏସ୍‌ଏନ୍‌ଏଲ୍‌ ସିମ୍‌ ସ୍ଲଟ୍‌ ବାଛିବାକୁ ହେବ। ସିମ୍‌ ଅଥେଣ୍ଟିକେଟ୍‌ ହୋଇଗଲା ପରେ ନେଟ୍‌ୱର୍କରେ ଜଏନ୍‌ କରନ୍ତୁ।

ନନ୍‌ ଇଏପି ବ୍ୟବସ୍ଥାରେ ଆପଣଙ୍କ ମୋବାଇଲରେ ୱାଇଫାଇ ଅନ୍‌ କରିବାକୁ ହେବ। ଏହାପରେ ବିଏସ୍‌ଏନ୍‌ଏଲ୍‌ ୪ଜି ପ୍ଲସ୍‌ ଏସ୍‌ଏସ୍‌ଆଇଡି ବିକଳ୍ପ ବାଛି ଆପଣଙ୍କ ନମ୍ବର ଦେବାକୁ ହେବ। ଏଥିରେ ଏକ ଲଗ୍‌ଇନ୍‌ ପିନ୍‌ ମେସେଜ୍‌ ଆକାରରେ ଆସିବ। ଏହି ପିନ୍‌ ଦେଇ ଲଗ୍‌ଇନ୍‌ କରନ୍ତୁ ଆଉ ଇଣ୍ଟରନେଟ୍‌ର ମଜା ନିଅନ୍ତୁ।

Related story