Advertisment

ବଜେଟ୍‌ରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ। ଚଳିତବର୍ଷର ସାଧାରଣ ବଜେଟ୍‌ରେ ଟିକସ ବ୍ୟବସ୍ଥା ପାଇଁ ବଡ ଘୋଷଣା ହୋଇଛି। ଆଇଟି ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ ଦିଆଯାଇଛି। ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ତାକୁ ସୁଧାରି ପାରିବେ। ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ। ଯଦି ଟିକସଦାତା ଆୟ ଦର୍ଶାଇବାରେ […]

ଅଦ୍ୟତନ ହୋଇଛି
ବଜେଟ୍‌ରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା

Tax return

Advertisment

ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ। ଚଳିତବର୍ଷର ସାଧାରଣ ବଜେଟ୍‌ରେ ଟିକସ ବ୍ୟବସ୍ଥା ପାଇଁ ବଡ ଘୋଷଣା ହୋଇଛି। ଆଇଟି ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ ଦିଆଯାଇଛି। ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା।

Advertisment

କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ତାକୁ ସୁଧାରି ପାରିବେ। ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ। ଯଦି ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିବେ, ତେବେ ତାକୁ ମଧ୍ୟ ସୁଧାରି ପାରିବେ। ଆୟକର ଦାଖଲରେ ଦିବ୍ୟାଙ୍ଗଙ୍କୁ ରିହାତି ମିଳିବ ବୋଲି ଘୋଷଣା କରାଯାଇଛି। ସେହିପରି ଆୟକର ସୀମା ଅପରିବର୍ତ୍ତିତ ରଖିଛନ୍ତି କେନ୍ଦ୍ର ସରକାର। ଆୟକର ସୀମା ସଂପର୍କରେ ବଜେଟରେ କିଛି କହିନାହାନ୍ତି ଅର୍ଥମନ୍ତ୍ରୀ।

ସେହିପରି NPS ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%। ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ୧୪% ଓ ରାଜ୍ୟ କର୍ମଚାରୀଙ୍କ ୧୦% କଟୁଥିଲା। କର୍ପୋରେଟ୍‌ ସୋସାଇଟି ଟ୍ୟାକ୍ସ ୧୮%ରୁ କମି ୧୫% କରାଯାଇଛି। କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି ହୋଇଛି। କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪% ରହିଛି।

Advertisment

ଜାନୁଆରୀ ୨୦୨୨ ସୁଦ୍ଧା ରେକର୍ଡ ୧.୫୯ ଲକ୍ଷ କୋଟି GST ସଂଗ୍ରହ ହୋଇଛି। ଅନ୍ୟପଟେ ୨୦୨୨-୨୩ରେ ଡିଜିଟାଲ କରେନ୍ସି ଆରମ୍ଭ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହେବ ଡିଜିଟାଲ କରେନ୍ସି। ଏହା ଜରିଆରେ ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ।

କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରାଯାଇଛି। କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ପାଇଁ ଘୋଷଣା ହୋଇଛି। ହୀରା ଗହଣା ଉପରେ କଷ୍ଟମ୍ସ ଡିୟୁଟି ୫% ହ୍ରାସ କରାଯାଇଥିବା ନେଇ ମଧ୍ୟ ଘୋଷଣା ହୋଇଛି।୨୦୨୨-୨୩ରେ ମୋଟ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି। GSDPର ୬.୪ ପ୍ରତିଶତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe