ବିଲ୍ଡରମାନଙ୍କ ଭାବମୂର୍ତ୍ତି ଖରାପ ହୋଇଯାଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବିଲ୍ଡରଙ୍କ ଭାବମୂର୍ତ୍ତି ଖରାପ ହୋଇଛି। ଲୋକେ ବିଲ୍ଡରମାନଙ୍କୁ ବିଶ୍ୱାସକୁ ନେଇ ପାରୁ ନାହାନ୍ତି। ତେବେ ଘର କିଣୁଥିବା ଲୋକଙ୍କ ସ୍ୱାର୍ଥରକ୍ଷା କରିବେ ସରକାର। ଏନେଇ ସଂସଦର ଆସନ୍ତା ମୌସୁମୀ ଅଧିବେଶନରେ ଏଥର ଏକ ବିଲ୍ ପାସ୍ କରାଯିବ। ଗୁରୁବାର ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସହରଗୁଡ଼ିକର ବିକାଶ ପାଇଁ ତିନୋଟି ଯୋଜନା ସଂପର୍କରେ ଘୋଷଣା କଲା ବେଳେ ସେ ଏହି କଥା କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ସହରଗୁଡ଼ିକର ବିକାଶ ପାଇଁ ଠିକ୍ […]

pmmodi

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 12:08 PM IST

ନୂଆଦିଲ୍ଲୀ: ଦେଶରେ ବିଲ୍ଡରଙ୍କ ଭାବମୂର୍ତ୍ତି ଖରାପ ହୋଇଛି। ଲୋକେ ବିଲ୍ଡରମାନଙ୍କୁ ବିଶ୍ୱାସକୁ ନେଇ ପାରୁ ନାହାନ୍ତି। ତେବେ ଘର କିଣୁଥିବା ଲୋକଙ୍କ ସ୍ୱାର୍ଥରକ୍ଷା କରିବେ ସରକାର। ଏନେଇ ସଂସଦର ଆସନ୍ତା ମୌସୁମୀ ଅଧିବେଶନରେ ଏଥର ଏକ ବିଲ୍ ପାସ୍ କରାଯିବ। ଗୁରୁବାର ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସହରଗୁଡ଼ିକର ବିକାଶ ପାଇଁ ତିନୋଟି ଯୋଜନା ସଂପର୍କରେ ଘୋଷଣା କଲା ବେଳେ ସେ ଏହି କଥା କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ସହରଗୁଡ଼ିକର ବିକାଶ ପାଇଁ ଠିକ୍ ଯୋଜନାରେ ଚାଲୁ ନାହିଁ। ଏନେଇ ଦୂରଦୃଷ୍ଟିର ଅଭାବ ରହୁଛି। ପୁଣି ସହରଗୁଡ଼ିକର ସଂପ୍ରସାରଣ ପ୍ରଶାସକମାନଙ୍କ ଦ୍ୱାରା ହେଉନାହିଁ। ବିଲ୍ଡରମାନେ ସହରଗୁଡ଼ିକର ସଂପ୍ରସାରଣ କରୁଛନ୍ତି। ସେଥିପାଇଁ ଘର ଆଦି କିଣୁଥିବା ଲୋକଙ୍କ ପ୍ରତି ସରକାର ସମ୍ବେଦନଶୀଳ ହୋଇଛନ୍ତି। ଜଣେ ଗରିବ ଲୋକ ଘରଟିଏ ପାଇଁ ତା’ର ସମସ୍ତ ଜମାପୁଞ୍ଜି ନିବେଶ କରି ଦେଉଛି। କିନ୍ତୁ ଅନେକ ସମୟରେ ସେ ଠକେଇର ସମ୍ମୁଖୀନ ହେଉଛି। ବିଲ୍ଡର ପଇସା ନେଇ ଚାଲିଯାଉଛି। ସେମାନଙ୍କୁ ଘର ମିଳୁ ନାହିଁ। ଆଉ ବିଚରା ଗରିବ ଲୋକେ ସେମାନଙ୍କର ସର୍ବସ୍ୱ ହରାଉଛନ୍ତି। ଏହିଭଳି ଗରିବ ଓ କ୍ଷୁଦ୍ର ଗ୍ରାହକମାନଙ୍କ ଅଧିକାର ସୁରକ୍ଷା ପାଇଁ ଏକ ବିଲ୍ ପ୍ରସ୍ତୁତ କରାଯାଇଛି। ମୌସୁମୀ ଅଧିବେଶନରେ ଏହାକୁ ପାରିତ କରାଯିବାକୁ ଉଦ୍ୟମ କରାଯିବ।

ସରକାର ରାଜ୍ୟସଭାରେ ରିୟଲ ଇଷ୍ଟେଟ୍ (ରେଗୁଲେସନ ଆଣ୍ଡ୍ ଡେଭଲପମେଣ୍ଟ୍) ବିଲ ୨୦୧୩କୁ ରାଜ୍ୟସଭାରେ ଆଗତ କରାଯାଇଛି। ଏଥିରେ ଦେଶରେ ଏକ ରିୟଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି ଗଠନ କରିବାକୁ ପ୍ରସ୍ତାବ ରହିଛି। ଏହା ରିୟଲ ଇଷ୍ଟେଟ୍ ସେକ୍ଟର ନିୟନ୍ତ୍ରଣ କରିବା ସହିତ ଏହାକୁ ପ୍ରୋତ୍ସାହନ ଯୋଗାଇବା। ଏକ ପ୍ଲଟ, ଆପାର୍ଟମେଣ୍ଟ ଅବା କୋଠାର ସୁରକ୍ଷିତ ବିକ୍ରିକୁ ଏହା ନିଶ୍ଚିତ କରିବ। ଏଥିରେ ସ୍ୱଚ୍ଛତା ରହିବା ଉପରେ ଏହି ନିୟନ୍ତ୍ରକ ସଂସ୍ଥା ଗୁରୁତ୍ୱ ଦେବ। ସେହିପରି ଗ୍ରାହକମାନଙ୍କ ସ୍ୱାର୍ଥକୁ ସୁରକ୍ଷା କରିବ।

Related story