କଲ୍ ଡ୍ରପ୍ ସମସ୍ୟାର ସମାଧାନ ପାଇଁ ଜାରି ନିୟମ କଡାକଡି କରିବ ଟ୍ରାଇ

ଭୁବନେଶ୍ୱର: କଲ୍ ଡ୍ରପ୍ ସମସ୍ୟାର ସମାଧାନ ପାଇଁ ଜାରି ହୋଇଥିବା ନୂଆ ନିୟମକୁ କଡ଼ାକଡ଼ି କରିବ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ। ଟେଲିକମ୍ କମ୍ପାନୀଗୁଡ଼ିକୁ କଲ ଡ୍ରପ ଜନିତ କ୍ଷତିପୂରଣ ପାଇଁ ଯେଉଁ ନିଦ୍ଦେର୍ଶନାମା ଜାରି କରାଯାଇଛି ତାହା ବଳବତ୍ତର ରହିବ ବୋଲି ଟ୍ରାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୁବନେଶ୍ୱର ସମେତ କଲିକତା, ଅହମଦାବାଦ୍ ଓ ଇନ୍ଦୋରରେ ଟ୍ରାଇ ପକ୍ଷରୁ କଲ ଡ୍ରପ ସ୍ଥିତିର ଅନୁଧ୍ୟାନ କରାଯିବ। ସେହିପରି କମ୍ପାନୀଗୁଡ଼ିକ ପକ୍ଷରୁ ଯେଉଁ କ୍ଷତି […]

call-drops

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 10:06 AM IST

ଭୁବନେଶ୍ୱର: କଲ୍ ଡ୍ରପ୍ ସମସ୍ୟାର ସମାଧାନ ପାଇଁ ଜାରି ହୋଇଥିବା ନୂଆ ନିୟମକୁ କଡ଼ାକଡ଼ି କରିବ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ। ଟେଲିକମ୍ କମ୍ପାନୀଗୁଡ଼ିକୁ କଲ ଡ୍ରପ ଜନିତ କ୍ଷତିପୂରଣ ପାଇଁ ଯେଉଁ ନିଦ୍ଦେର୍ଶନାମା ଜାରି କରାଯାଇଛି ତାହା ବଳବତ୍ତର ରହିବ ବୋଲି ଟ୍ରାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୁବନେଶ୍ୱର ସମେତ କଲିକତା, ଅହମଦାବାଦ୍ ଓ ଇନ୍ଦୋରରେ ଟ୍ରାଇ ପକ୍ଷରୁ କଲ ଡ୍ରପ ସ୍ଥିତିର ଅନୁଧ୍ୟାନ କରାଯିବ। ସେହିପରି କମ୍ପାନୀଗୁଡ଼ିକ ପକ୍ଷରୁ ଯେଉଁ କ୍ଷତି ହେବ ବୋଲି କୁହାଯାଇଛି ସେଥିପ୍ରତି ଟ୍ରାଇ ଦୃଷ୍ଟି ଦେବ ବୋଲି କହିଛି। ଅନ୍ୟପକ୍ଷେ କଲ ଡ୍ରପ ହାର କେଉଁ ସ୍ଥରରେ ରହିଛି ଓ ଉପଭୋକ୍ତାମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଛଝନ୍ତି ତାହାର ଅନୁଧ୍ୟାନ ମଧ୍ୟ ଟ୍ରାଇ ପକ୍ଷରୁ କରାଯିବ। ଗୁରୁବାର ଏ ନେଇ ଅନୁଷ୍ଠିତ ଏକ ବୈଠକରେ ଟ୍ରାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ଜାନୁୟାରୀ ୧ ତାରିଖରୁ କଲ୍ ଡ୍ରପ୍ ରୋକିବାକୁ ନୂଆ ନିୟମ ଲାଗୁ କରିବା ପାଇଁ ଗତ ୧୫ ତାରିଖରେ ନିଷ୍ପତ୍ତି ନେଇଥିଲା ଟ୍ରାଇ। ଏହି ନିୟମ ଲାଗୁ ହେଲେ ମୋବାଇଲ୍ ସେବା ଯୋଗାଉଥିବା କମ୍ପାନୀକୁ ଗୋଟିଏ କଲ୍ ଡ୍ରପ୍ ପିଛା ଉପଭୋକ୍ତାଙ୍କୁ ୧ଟଙ୍କ। ଜରିମାନା ଦେବାକୁ ପଡିବ। ସେହିପରି ଗୋଟିଏ ଦିନରେ ସର୍ବାଧିକ ୩ଟି କଲ୍ ଡ୍ରପ ପାଇଁ ନେଟୱର୍କ ଅପରେଟରଙ୍କୁ ଫ।ଇନ ଦେବାକୁ ପଡିବ। ସିଧାସଳଖ ଏହି ଜରିମାନା ଟଙ୍କ। ପ୍ରିପେଡ କଷ୍ଟମରଙ୍କର ଆକାଉଣ୍ଟରେ ଜମାହେବ।

Related story