ପୂଜା ଅବସରରେ ମାନ୍ଦାବସ୍ଥାକୁ ‘ବାଏ ବାଏ’ କହିଲା ଅଟୋମୋବାଇଲ ଶିଳ୍ପ

ନୂଆଦିଲ୍ଲୀ: ଦେଶରେ ମାନ୍ଦାବସ୍ଥାର ପ୍ରଭାବ ବିଭିନ୍ନ ଶିଳ୍ପ ଉପରେ ପଡ଼ିଛି। ମୁଖ୍ୟତଃ ଅଟୋମୋବାଇଲ ଶିଳ୍ପ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଛି। ହେଲେ ପାର୍ବଣ ସମୟରେ ମାନ୍ଦାବସ୍ଥାରେ ଥିବା ଅଟୋମୋବାଇଲ ଶିଳ୍ପରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶାରଦୀୟ ଦୁର୍ଗାପୂଜାରୁ ଧନତେରାସ ଅବସରରେ ଅଧିକ ସଂଖ୍ୟାରେ କାର ବିକ୍ରି ହୋଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ସନ୍ତୋଷ ପ୍ରକାଶ କରିଛନ୍ତି ଦେଶର ଅଗ୍ରଣୀ କାର କମ୍ପାନୀ। ପାଖାପାଖି ୭ ପ୍ରତିଶତ କାର ବିକ୍ରି ପୂର୍ବ ଅପେକ୍ଷା […]

BALENO

Subhransu Sekhar
  • Published: Monday, 28 October 2019
  • , Updated: 28 October 2019, 03:20 PM IST

ନୂଆଦିଲ୍ଲୀ: ଦେଶରେ ମାନ୍ଦାବସ୍ଥାର ପ୍ରଭାବ ବିଭିନ୍ନ ଶିଳ୍ପ ଉପରେ ପଡ଼ିଛି। ମୁଖ୍ୟତଃ ଅଟୋମୋବାଇଲ ଶିଳ୍ପ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଛି। ହେଲେ ପାର୍ବଣ ସମୟରେ ମାନ୍ଦାବସ୍ଥାରେ ଥିବା ଅଟୋମୋବାଇଲ ଶିଳ୍ପରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶାରଦୀୟ ଦୁର୍ଗାପୂଜାରୁ ଧନତେରାସ ଅବସରରେ ଅଧିକ ସଂଖ୍ୟାରେ କାର ବିକ୍ରି ହୋଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ସନ୍ତୋଷ ପ୍ରକାଶ କରିଛନ୍ତି ଦେଶର ଅଗ୍ରଣୀ କାର କମ୍ପାନୀ। ପାଖାପାଖି ୭ ପ୍ରତିଶତ କାର ବିକ୍ରି ପୂର୍ବ ଅପେକ୍ଷା ବଢ଼ିଥିବା ଦେଖିବାକୁ ମିଳିଛି।

ନବରାତ୍ରୀ ଅବସରରେ ମାରୁତି ସୁଜୁକି କାର ୭ ପ୍ରତିଶତ ଅଧିକ ବିକ୍ରି ହୋଇଛି। ସେହିପରି ହ୍ୟୁଣ୍ଡାଇର କାର ବିକ୍ରି ପୂର୍ବ ଅପେକ୍ଷା ୧୦ ପ୍ରତିଶତ ବଢ଼ିଛି। ଏମିତିକି ପୂର୍ବ ବର୍ଷ ତୁଳନାରେ ଚଳିତଥର କାର ବିକ୍ରି ଅଧିକ ହୋଇଛି ବୋଲି କାର କମ୍ପାନୀମାନେ କହିଛନ୍ତି।

ତେବେ ଏହି ପାର୍ବଣ ଋତୁ ସମୟରେ ମାରୁତି ସୁଜୁକି ଅଧିକ କାର ବିକ୍ରି କରିଥିବା ଜଣା ପଡ଼ିଥିବାବେଳେ ଦ୍ୱିତୀୟରେ ରହିଛି ହ୍ୟୁଣ୍ଡାଇ ଏବଂ ତୃତୀୟରେ ରହିଛି ମହିନ୍ଦ୍ରା ଏବଂ ମହିନ୍ଦ୍ରା। ମାରୁତି ସୁଜୁକି ଏବଂ ହ୍ୟୁଣ୍ଡାଇରେ ଶେୟାର ବଜାରରେ ୬୫-୭୦ ପ୍ରତିଶତ ରହିଛି।

Related story